ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆତଙ୍କୀ ସଂଗଠନ ହମାସକୁ ଟ୍ରମ୍ପଙ୍କ ଅନ୍ତିମ ଚେତାବନୀ, 'ବନ୍ଧକଙ୍କୁ ତୁରନ୍ତ ଫେରାଅ, ନହେଲେ ମୃତ୍ୟୁ ସୁନିଶ୍ଚିତ'

Published By : Swapna Ray | March 6, 2025 1:53 PM

ନୂଆଦିଲ୍ଲୀ, ୬।୩: ଶୁଳ୍କ ନୀତି ଲାଗୁ ହେବା ନେଇ ନିଷ୍ପତ୍ତି ପରେ ଆମେରିକାର ଇସ୍ରାଏଲ ଏଜେଣ୍ଡା । ଆତଙ୍କୀ ହମାସ ସଂଗଠନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଅନ୍ତିମ ଚେତାବନୀ । ଇସ୍ରାଏଲ ବନ୍ଧକଙ୍କୁ ତୁରନ୍ତ ଫେରାଇବାକୁ ଦେଲେ ନିର୍ଦ୍ଦେଶ । ଯଦି ପଣବନ୍ଦୀଙ୍କୁ ମୁକ୍ତ ନ କରନ୍ତି ତେବେ ଗାଜାରେ ଆମେରିକା ତାଣ୍ଡବ ରଚିବ । ପୂରା ଗାଜାକୁ ଧ୍ବଂସସ୍ତୁପରେ ପରିଣତ କରିଦିଆଯିବ । ଆତଙ୍କୀ ସଂଗଠନକୁ ନିପାତ କରିଦିଆଯିବ । ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ଡୋଲାଲ୍ଡ ଟ୍ରମ୍ପ ।   

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଶୁଳ୍କ ନୀତି ଲାଗୁ ହେବା ନେଇ ନିଷ୍ପତ୍ତି ନେବା ପରେ, ବର୍ତ୍ତମାନ ଇସ୍ରାଏଲ ଏଜେଣ୍ଡାକୁ ଫେରି ଆସିଛନ୍ତି । ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଏଲୀମାନଙ୍କୁ ଫେରାଇ ଆଣିବା ପାଇଁ ଟ୍ରମ୍ପ ହମାସ ସଙ୍ଗଠନକୁ ଶେଷ ଚେତାବନୀ ଦେଇଛନ୍ତି । ତୁରନ୍ତ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଟ୍ରମ୍ପ ହମାସ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଛନ୍ତି । ଯଦି ସେମାନେ ଏହା ନକରନ୍ତି ତେବେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ଟ୍ରମ୍ପ । ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବାର୍ତ୍ତା ଜାରି କରି ହମାସକୁ ଏଭଳି ଧମକ ଦେଇଛନ୍ତି ଟ୍ରମ୍ପ । ସେ ଲେଖିଛନ୍ତି ଯେ, ହେଲୋ...ତୁମେ ବାଛିପାରିବ । ସମସ୍ତ ବନ୍ଧକଙ୍କୁ ଏବେ ମୁକ୍ତ କରିବା ସହ ହତ୍ୟା କରିଥିବା ଲୋକଙ୍କ ମୃତଦେହକୁ ତୁରନ୍ତ ଫେରାଇ ଦିଅ । ନଚେତ୍ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ । କେବଳ ମାନସିକ ବିକୃତ ଲୋକମାନେ ମୃତଦେହକୁ ନିଜ ପାଖରେ ରଖନ୍ତି ଏବଂ ତୁମେମାନେ ତାହା ବୋଲି ପ୍ରମାଣ କରିଛ । ମୁଁ ଇସ୍ରାଏଲକୁ କାମ ସମାପ୍ତ କରିବା ପାଇଁ ଯାହା ଆବଶ୍ୟକ ତାହା ପଠାଉଛି, ଯଦି ତୁମେ ମୋ କଥା ଅନୁସାରେ ନକର, ତେବେ ଜଣେ ହେଲେ ହମାସ ସଦସ୍ୟ ସୁରକ୍ଷିତ ରହିବେ ନାହିଁ ।" 

କହିରଖୁ କି, ଆମେରିକା ସରକାର ୧୯୯୭ରେ ହମାସକୁ ବିଦେଶୀ ଆତଙ୍କୀ ସଙ୍ଗଠନ ଭାବେ ଘୋଷଣ କରିଥିଲା । ଟ୍ରମ୍ଫ କହିଛନ୍ତି ଯେ, ମୁଁ ଯାହା କହିଛି ଯଦି ତାହା ନ କର, ତାହେଲେ ହମାସ ସଙ୍ଗଠନର ଜଣେ ବି ସଦସ୍ୟ ଜୀବିତ ରହିବେନି । ଏବେ ତୁମ ପାଖରେ ସୁଯୋଗ ଅଛି । ଶୀଘ୍ର ଗାଜା ଛାଡ଼ । ଟ୍ରମ୍ଫ କିଛି ଘଣଟା ପୂର୍ବରୁ ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଇସ୍ରାଏଲୀ ନାଗରିକଙ୍କୁ ଭେଟିଥିଲେ । ହ୍ୱାଇଟ୍ ହାଉସ୍ ଏହି ସାକ୍ଷାତ ବେଳର ଫଟୋ ଜାରି କରିଛି । ଯେଉଁଥିରେ ଟ୍ରମ୍ଫ ଇସ୍ରାଏଲୀ ପୀଡ଼ିତଙ୍କ ଦୁଃଖ ଶୁଣୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.