ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କୋଟିପତି ନିବେଶକ ସ୍କଟ୍‌ ବେସେଣ୍ଟଙ୍କୁ ଟ୍ରେଜରୀ ସଚିବ ଭାବେ ନିଯୁକ୍ତ କଲେ ଟ୍ରମ୍ପ

Published By : Prameya | November 23, 2024 5:29 PM

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରେଜରୀ ସଚିବ ଅର୍ଥାତ୍‌ କ୍ୟାବିନେଟରେ ଅର୍ଥମନ୍ତ୍ରୀ ପଦ ପାଇଁ ଏଲନ ମସ୍କଙ୍କ ପସନ୍ଦକୁ ଖାରଜ କରିଛନ୍ତି। ଏହା ପରିବର୍ତ୍ତେ ସେ ନିଜର ନିକଟତର ସ୍କଟ ବେସେଣ୍ଟଙ୍କୁ ଟ୍ରେଜରୀ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଟ୍ରମ୍ପଙ୍କର ଏହି ପଦକ୍ଷେପ ପଛରେ ଅନେକ କାରଣ ଥିବା କୁହାଯାଉଛି। ହେଜ୍ ପାଣ୍ଠିର ଭେଟେରାନ ସ୍କଟ ବେସେଣ୍ଟ , ଟ୍ରମ୍ପଙ୍କ ଆର୍ଥିକ ବିଚାରକୁ ସମର୍ଥନ କରନ୍ତି। ଅନ୍ୟପଟେ କିନ୍ତୁ ମସ୍କ ପରିବର୍ତ୍ତନକାରୀ ଆଭିମୁଖ୍ୟକୁ ଲୁଟନିକ ନାମକୁ ସମର୍ଥନ କରିଥିଲେ। ଟେସ୍ଲାର ସିଇଓ ଏଲନ ମସ୍କ ପୂର୍ବରୁ ହିଁ ଏହି ମାମଲାରେ ନିଜର ମତ ରଖି ତାଙ୍କର ପକ୍ଷ ରଖିଥିଲେ। ମସ୍କ ସାର୍ବଜନିକ ଭାବେ ହାୱାର୍ଡ ଲୁଟନିକଙ୍କୁ ସମର୍ଥନ ଦେଇ କହିଥିଲେ କି, ସେ ଜରୁରୀ ପରିବର୍ତ୍ତନ ଆଣି ପାରିବେ। ହେଲେ ଟ୍ରମ୍ପ ସ୍କ୍ୱାୟର ଗ୍ରୁପର ସଂସ୍ଥାପକ ବେସେଣ୍ଟ ଟ୍ରମ୍ପଙ୍କର ଆର୍ଥିକ ନୀତି ,ବିଶେଷକରି ତାଙ୍କର ଶୁଳ୍ପ ଆଭିମୁଖ୍ୟର ବଡ଼ ସମର୍ଥକ ଭାବେ ରହିଛନ୍ତି।

ସିଏନଏସର ରିପୋର୍ଟ ଅନୁସାରେ , ଟ୍ରମ୍ପଙ୍କ ସହ ବୈଠକ ପରେ ୬୨ ବର୍ଷିୟ ବେସେଣ୍ଟଙ୍କୁ ନିଯୁକ୍ତି କରାଯାଇଛି। ଟ୍ରମ୍ପ ଶନିବାର ଏକ ବୟାନରେ କହିଛନ୍ତି, ସ୍କଟ ମୋ ସହ ମିଶି ଆମେରିକାକୁ ପୁଣି ଥରେ ମହାନ କରିବାକୁ କାମ କରିବେ। ସ୍କଟ୍‌ ଓ ତାଙ୍କ ପରିବାରକୁ ଶୁଭେଚ୍ଛା। ଏହା ପୂର୍ବରୁ ଏଲନ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ,ଟ୍ରମ୍ପଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ବାଛିବାର ନିଷ୍ପତ୍ତି ଉପରେ ଆଲୋଚନା କରି ଲେଖି ଥିଲେ- ଏହା ଉପରେ ଲୋକଙ୍କ ମତକୁ ଶୁଣିବା ହୃଦୟସ୍ପର୍ଶୀ ହେବ , ଯେଉଁମାନେ କି ଡୋନାଲ୍ଡ ଟ୍ରମ୍ପଙ୍କ ଫିଡବ୍ୟାକ୍‌ ଉପରେ ବିଚାର କରି ପାରିବେ। ସେ ଆହୁରି ଲେଖିଛନ୍ତି , ମୋ ବିଚାରରେ ଏହା କି ସ୍କଟ୍‌ ବେସେଣ୍ଟ ଏକ ବିକଳ୍ପ ହୋଇପାରନ୍ତି । ହେଲେ ହାୱର୍ଡ ଲୁଟନିକ ବାସ୍ତବରେ ପରିବର୍ତ୍ତନ ଆଣି ପାରନ୍ତି। 

ସ୍କଟ୍‌ ବେସେଣ୍ଟ କିଏ –

ସ୍କଟ୍‌ ବେସେଣ୍ଟ ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ବେଳେ ଟ୍ରମ୍ପଙ୍କୁ ଆର୍ଥିକ ନୀତି ଉପରେ ପରାମର୍ଶ ଦେଇଥିଲେ। ସେ କି ସ୍କ୍ୱାୟର କ୍ୟାପିଟାଲ ମ୍ୟାନେଜମେଣ୍ଟର ସ୍ଥାପନା କରି ସାରିଛନ୍ତି। ସ୍କଟ୍‌ ବ୍ରିଟିଶ୍ ପାଉଣ୍ଡ ଓ ଜାପାନୀ ୟେନ ବିରୋଧରେ ନିଜର ସଫଳ ବେଟ୍‌ ପାଇଁ ଜଣାଶୁଣା। ସୋରୋସ ଫଣ୍ଡ ମ୍ୟାନେଜମେଣ୍ଟରେ ହେଜ୍‌ ଫଣ୍ଡ ଏକଜିକ୍ୟୁଟିଭ୍‌ ତଥା ପୂର୍ବତନ ମୁଖ୍ୟ ନିବେଶ ଅଧିକାରୀ ଭାବେ ନିଜର ଭୂମିକା ପାଇଁ ପରିଚୟ ସୃଷ୍ଟି କରିଥିବା ,ସ୍କଟ୍‌ ବେସେଣ୍ଟ ଟ୍ରମ୍ପଙ୍କ ଟ୍ରେଜରୀ ସଚିବ ପାଇଁ ପ୍ରଥମ ପସନ୍ଦ ଥିଲେ। ଟ୍ରମ୍ପଙ୍କ ଚୟନ ଆର୍ଥିକ ଜଗତରେ ବେସେଣ୍ଟଙ୍କର ସଫଳତା ଓ ଜର୍ଜ ସୋରେସଙ୍କ ସହ ଏମ୍ଏଜିଏ ଏଜେଣ୍ଡା ପାଇଁ  ତାଙ୍କ ସମର୍ଥନରେ ମଧ୍ୟ ପ୍ରଭାବିତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.