ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତୀୟ ବଂଶୋଦ୍ଭବ ତୁଲସୀ ଗଓ୍ୱାର୍ଡଙ୍କୁ ବଡ଼ ଦାୟିତ୍ୱ, ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ଟ୍ରମ୍ପ

Published By : Anindita Ratha | November 14, 2024 11:27 AM

ନୂଆଦିଲ୍ଲୀ,୧୪/୧୧: ନିଜ ଟିମ୍‌ ଗଠନ କରିବାରେ ବ୍ୟସ୍ତ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଗୋଟିଏ ପରେ ଗୋଟିଏ ବଡ଼ ନିଯୁକ୍ତି ଦେଉଥିବା ବେଳେ ଏବେ ତାଙ୍କ କ୍ୟାବିନେଟ୍‌ରେ ଜଣେ ହିନ୍ଦୁ ନେତାଙ୍କୁ ମିଳିଛି ଏଣ୍ଟ୍ରି। ଭାରତୀୟ ବଂଶୋଦ୍ଭବ ତୁଲସୀ ଗଓ୍ୱାର୍ଡଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଟ୍ରମ୍ପ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ୍‌ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବେରେ ନିଯୁକ୍ତ କରିଛନ୍ତି। ତେବେ ପୂର୍ବତନ କଂଗ୍ରେସ ସଦସ୍ୟ ତୁଲସି ଗଓ୍ୱାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ମହିଳା ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି। ତୁଲସୀ ଜଣେ ଅଭିଜ୍ଞ ସୈନିକ। ବିଭିନ୍ନ ସମୟରେ ମଧ୍ୟ ପୂର୍ବ ଏବଂ ଆଫ୍ରିକାର ଯୁଦ୍ଧ ଜୋନ୍‌ରେ ନିୟୋଜିତ ଥିଲେ। ସେ କିଛି ସମୟ ପୂର୍ବରୁ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇଥିଲେ ଏବଂ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ତୁଲସୀଙ୍କ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି।

ତେବେ ଫ୍ଲୋରିଡା ସିନେଟର ମାର୍କୋ ରୁବିଓଙ୍କୁ ଟ୍ରମ୍ପ ଆମେରିକାର ବୈଦେଶିକ ସଚିବ ଭାବେ ନିଯୁକ୍ତ କରିଛନ୍ତି। ରୁବିଓ ଜଣେ ରୁଢ଼ିବାଦୀ ନେତା। ସେ ପ୍ରାୟତଃ ଚୀନ୍, କ୍ୟୁବା ଏବଂ ଇରାନ ବିରୁଦ୍ଧରେ ନିଜର ମତ ପ୍ରକାଶ କରୁଥିବା ଦେଖାଯାଏ। ୨୦୧୦ରେ ପ୍ରଥମ ଥର ପାଇଁ ରୁବିଓ ସିନେଟକୁ ନିର୍ବାଚିତ ହୋଇଥିଲେ। ୨୦୧୬ ରେ ରିପବ୍ଲିକାନ୍ ରାଷ୍ଟ୍ରପତି ରେସ୍‌ ସମୟରେ ରୁବିଓ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଥିଲେ। ଟ୍ରମ୍ପ ମଧ୍ୟ ତାଙ୍କୁ ଛୋଟ ମାର୍କୋ ବୋଲି କହିଥିଲେ। ତେବେ ବର୍ତ୍ତମାନ ରୁବିଓ ଟ୍ରମ୍ପଙ୍କ ସବୁଠାରୁ ବଡ଼ ସମର୍ଥକ ଅଟନ୍ତି। ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ପ୍ରତିରକ୍ଷା ସଚିବଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ପ୍ରତିରକ୍ଷା ସଚିବ ପଦ ପାଇଁ ଟ୍ରମ୍ପ ଫକ୍ସ ନ୍ୟୁଜ୍ ହୋଷ୍ଟ, ଲେଖକ ତଥା ଅବସରପ୍ରାପ୍ତ ସେନା ପିଟ୍ ହେଗସେଥଙ୍କୁ ଚୟନ କରିଛନ୍ତି। ୪୪ ବର୍ଷୀୟ ପିଟ୍ ହେଗସେଟ୍ ଆଫଗାନିସ୍ତାନ ଏବଂ ଇରାକରେ ସୈନ୍ୟବାହିନୀରେ କାର୍ଯ୍ୟ କରିଛନ୍ତି। ପିଟଙ୍କୁ ନିଯୁକ୍ତି ଦେବାବେଳେ ଟ୍ରମ୍ପ ତାଙ୍କୁ ଜଣେ କଠୋର, ସ୍ମାର୍ଟ ଏବଂ ଆମେରିକାରେ ପ୍ରକୃତ ବିଶ୍ୱାସୀ ବୋଲି ବର୍ଣ୍ଣନା କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.