ପ୍ରମୂଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

୫୦% ଟାରିଫ୍ ପରେ ବି ଛାଡୁନି ଟ୍ରମ୍ପଙ୍କ ଭାଉ ; ଭାରତ ସହିତ ବାଣିଜ୍ୟ ଆଲୋଚନାରୁ ଏଡ଼ାଇଗଲେ, କହିଲେ ଏମିତି...

Published By : Ankita S | August 8, 2025 8:55 AM

ନୂଆଦିଲ୍ଲୀ,୦୮/୦୮: ମୁହାଁଫୁଟାଣି ଛାଡୁନାହିଁ । ଟାରିଫ୍ ଲଗାଇବା ପରେ ବି ଭାରତ ଉପରେ କମୁନାହିଁ ଟ୍ରମ୍ପଙ୍କ ତାଉ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଗୋଟିଏ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ଟାରିଫ୍ ବିବାଦର ସମାଦାନ ହେବା ନାହିଁ ସେ ପର୍ଯ୍ୟନ୍ତ ଭାରତ ସହିତ ବାଣିଜ୍ୟ ଆଲୋଚନା ହେବ ନାହିଁ । ଅର୍ଥାତ ଭାରତ- ଆମେରିକା ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ବାବଦରେ ଆଲୋଚନାକୁ ପ୍ରତ୍ୟାଖାନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି ।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ, କିନ୍ତୁ ଏହା ପରେ ସେ ଆଉ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଏହିପରି ମୋଟ ଶୁଳ୍କ ୫୦ ପ୍ରତିଶତ ହୋଇଛି । କେବଳ ଭାରତର ଶୁଳ୍କକୁ ଅନୁସରଣ କରିବା ପାଇଁ, ୫୦% ଟାରିଫ୍‌ ଘୋଷଣା କରିବା ପରଠାରୁ ବାଣିଜ୍ୟ ଆଲୋଚନା ବୃଦ୍ଧି ପାଇବା ଆଶା କରୁଛନ୍ତି କି ? ଏହାର ଉତ୍ତରରେ, ଟ୍ରମ୍ପ ଏକ କଠୋର ମନୋଭାବ ଦେଖାଇ କହିଥିଲେ ଯେ, ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ । ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ନା, ଯେପର୍ଯ୍ୟନ୍ତ ଆମେ ଏହାର ସମାଧାନ ନକରୁ, ସେପର୍ଯ୍ୟନ୍ତ ନୁହେଁ । ପ୍ରଥମେ ସମାଧନ ପରେ ଆଲୋଚନା । ଟାରିଫ୍ ବିବାଦର ସମାଧାନ ନହେବା ଯାଏ ଆଲୋଚନା ହେବନାହିଁ ।"

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି କାହିଁକି ଅଟକିଛି ? ଟ୍ରମ୍ପ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଭାରତ ଉପରେ ବହୁତ ଚାପ ପକାଇଥିଲେ । ସେ ଚାହାଁନ୍ତି ଯେ, ଭାରତ କୃଷି ଏବଂ ଦୁଗ୍ଧଜାତ ଉତ୍ପାଦ ଉପକେ ଆପୋଷ ବୁଝାମଣା କରୁ । ଭାରତୀୟ ବଜାରକୁ ଆମେରିକୀୟ ଦୁଗ୍ଧଜାତ ଉତ୍ପାଦ ପାଇଁ ଖୋଲାଯିବା ଉଚିତ, କିନ୍ତୁ ଭାରତ ଏଥିପାଇଁ ପ୍ରସ୍ତୁତ ନୁହେଁ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଥିଲେ ଯେ ଦେଶ ପାଇଁ କୃଷକମାନେ ପ୍ରଥମେ  । ସେମାନଙ୍କ ସହିତ ଜଡିତ ପ୍ରସଙ୍ଗରେ କୌଣସି ସାଲିସ୍ ହେବ ନାହିଁ ।

ଅଧିକ ପଢନ୍ତୁ...ଟାରିଫ ବମ୍ ଭିତରେ ଟ୍ରମ୍ପଙ୍କୁ ମୋଦିଙ୍କ ଝଟକା; ଆମେରିକା ସହ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କଲା ଭାରତ

ଭାରତ ଉପରେ କାହିଁକି କଠୋର ହେଉଛନ୍ତି ଟ୍ରମ୍ପ- ବାଣିଜ୍ୟ ଚୁକ୍ତିରୁ ଟ୍ରମ୍ପଙ୍କ କ୍ରୋଧ ଆରମ୍ଭ ହୋଇଥିଲା । ଏହା ପରେ ସେ ଋଷର ନାମ ନେଇ କଠୋର ମନୋଭାବ ଦେଖାଇବା ଆରମ୍ଭ କରିଛନ୍ତି । ଟ୍ରମ୍ପ ସରକାର ପକ୍ଷରୁ କୁହାଯାଇଥିଲା କି, ଯଦି ଭାରତ ଋଷରୁ ତେଲ କିଣାକୁ ନେଇ, ଟ୍ରମ୍ପ ଏଥିରେ କ୍ରୋଧିତ। ଆମେରିକା କହୁଛି ଯେ, ଋଷ ଯୁଦ୍ଧ ପାଇଁ ତା'ର ଟଙ୍କା ବ୍ୟବହାର କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.