ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଇସ୍ରାଇଲକୁ ମିଳିବ ବଳ, ୨୦୦୦ ପାଉଣ୍ଡ ବୋମା ଯୋଗାଇବ ଆମେରିକା

Published By : Ankita S | January 21, 2025 10:02 AM

ୱାଶିଂଟନ,୨୧/ ୧: ଶକ୍ତିଶାଳୀ ହେବ ଇସ୍ରାଇଲ । ଲଢିବାକୁ ଦେଶକୁ ମିଳିବ ବଳ । ସାଥ ଦେବେ ଡୋନାଲ୍ଡ ଟ୍ରମ୍ପ । ଯାହା ଜୋ ବାଇଡେନ କରି ନଥିଲେ ତାହା ଟ୍ରମ୍ପ ସରକାର କରିବେ ।  ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୁଣି ଫେରିଛି ଟ୍ରମ୍ପ ଶାସନ । ଦ୍ବିତୀୟ ଥର ହ୍ବାଇଟ ହାଉସ ଫେରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ନୂଆ ବସ ଟ୍ରମ୍ପ ହେବା ପରେ ଅନେକ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଉଛି । ଦୀର୍ଘ ଦିନ ହେବ ଗାଜାରେ ଇସ୍ରାଇଲ ଓ ହମାସ ଓ ଋଷ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ବଡ ପଦକ୍ଷେପ ନେଇପାରନ୍ତି ଟ୍ରମ୍ପ ସରକାର । ତେବେ ଇସ୍ରାଇଲକୁ ୨୦୦୦ ପାଉଣ୍ଡ ବୋମା ଯୋଗାଇବ ଆମେରିକା । ଖୁବଶୀଗ୍ର ଗ୍ରୀନ ସିଗନାଲ ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ ।

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁସାରେ, ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଟ୍ରମ୍ପ ଘୋଷଣା କରିଥିଲେ ୟୁଏସ୍- ଇସ୍ରାଇଲ ମଧ୍ୟରେ ବୁଝାମାଣ ଓ ସମ୍ପର୍କ ଶିଖର ଛୁଇଁବ । ନେତନ୍ୟାହୁ ଏକ ଭିଡିଓରେ କହିଥିଲେ, ତୁମେ ଐତିହାସିକ ଅବ୍ରାହମ୍ ବୁଝାମାଣାରେ ମଧ୍ୟସ୍ଥତା କରିଛ । ଫଲରେ ଇସ୍ରାଇଲ ୪ଟି ଆରବ ଦେଶ ସହିତ ଶାନ୍ତି ପ୍ରତିଷ୍ଠା କରିଛି । ମୋର ବିଶ୍ବାସ ଅଛି ଆଗକୁ ଏକାଠୀ କାମ କରିବା । ୟୁଏସ-ଇସ୍ରାଇ ସମ୍ପର୍କକୁ ଶିଖର ଛଇଁବ । ଆମ ଦେଶ ପାଇଁ ଶାନ୍ତି ଓ ସମୃଦ୍ଧିର ନୂଆ ଯୁଗ ଆରମ୍ଭ ହେବ ।


ଏହା ବି ପଢନ୍ତୁ...ରାଷ୍ଟ୍ରପତି ଭାବେ ଶପଥ ନେଉ ନେଉ ଅଡୁଆରେ ଡୋନାଲ୍ଡ ଟ୍ରମ୍ପ, ମାମଲା ଦାୟର


ଖୁବଶୀଘ୍ର ୟୁଏସ ଗସ୍ତରେ କରିବେ ବେଞ୍ଜାମିନ୍‌ ନେତନ୍ୟାହୁ-ମିଳିଥିବା ରିପୋର୍ଟ ଅନୁସାରେ ଆସନ୍ତା ମାସରେ ଆମେରିକା ଗସ୍ତ କରିବା ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଟ୍ରମ୍ପ ଟିମ୍ ଓ ନେତନ୍ୟାହୁ ପ୍ରଶାସନ ସହ ଆଲୋଚନା ଜାରି ରହିଛି । ଖୁବଶୀଘ୍ର  ଆମେରିକା ଆସିବେ ନେତନ୍ୟାହୁ ।

ସେପଟେ ଦାୟିତ୍ବ ନେବାର ୬ ଘଣ୍ଟା ଭିତରେ ବଡ ନିଷ୍ପତ୍ତି ନେଇଛନ୍ତି ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବ ବାଇଡେନ ସରକାର ଲଗାଇଥିବା ୮୦ଟି ଏକଜିକ୍ୟୁଟିଭ ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଇଛି । ସବୁଠୁ ବଡ ହେଉଛି କ୍ୟାପିଟାଲ ହିଲ୍ସ ଦଙ୍ଗା ମାମଲାରେ ଅଭିଯୁକ୍ତ ମାନଙ୍କୁ ଖଲାସ କରାଯାଇଛି । କ୍ୟାପିଟାଲ ହିଲ୍ସ ବିକ୍ଷୋଭରେ ୧୫୦୦ ଅଭିଯୁକ୍ତଙ୍କୁ ଖଲାସ ନିର୍ଦ୍ଦେଶ ହୋଇଛି । ସେପଟେ ଦକ୍ଷିଣ ସୀମାରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.