ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିଶ୍ୱର ସବୁଠୁ ଭୟଙ୍କର ଜେଲ୍‌ ଖୋଲିବେ ଟ୍ରମ୍ପ୍‌, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା

Published By : Krishna Priya | May 6, 2025 2:46 PM

ନୂଆଦିଲ୍ଲୀ ୦୬/୦୫: ପୁଣି ଖୋଲିବ ଆମେରିକାର ଭୟଙ୍କର ଜେଲ୍‌ ଅଲ୍‌କାଟ୍ରାଜ୍‌ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସାନ୍‌ ଫ୍ରାନ୍ସିସ୍କୋର ଗୋଲ୍ଡେନ୍‌ ଗେଟ୍‌ ବ୍ରିଜ୍‌ ନିକଟସ୍ଥ ଏକ ଦ୍ୱୀପରେ ସ୍ଥିତ ଏହି ଭୟାନକ ଜେଲ୍‌ ପୁଣି ଥରେ ଖୋଲିବାକୁ ଆଦେଶ ଦେଇଛନ୍ତି । ଟ୍ରମ୍ପ୍‌ କହିଛନ୍ତି, ଆମେରିକା ଦୀର୍ଘ ସମୟ ଧରି ହିଂସ୍ର ଓ କ୍ରୂର ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଆସୁଛି । ଅଲ୍‌କାଟ୍ରାଜ୍‌କୁ ପୁଣି ଥରେ ଖୋଲିବା ଆଇନ ବ୍ୟବସ୍ଥା ଓ ନ୍ୟାୟର ପ୍ରତୀକ ହେବ । 

ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ସାଇଟ୍‌ ଟ୍ରୁଥ୍‌ରେ ଏକ ମେସେଜ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି । ଅଲ୍‌କାଟ୍ରାଜ୍‌ ବିଶ୍ୱର ସବୁଠୁ ଭୟାନକ ଜେଲ୍‌ ମଧ୍ୟରେ ଅନ୍ୟତମ । ୧୯୬୩ ମସିହାରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ଏବେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ରୂପେ କାମ କରୁଛି । ଟ୍ରମ୍ପ୍‌ଙ୍କ କହିବା ଅନୁସାରେ, ଅଲ୍‌କାଟ୍ରାଜ୍‌ରେ ଆମେରିକାର ସବୁଠୁ ଭୟଙ୍କର ଓ କ୍ରୂର ଅପରାଧୀଙ୍କୁ ରଖାଯିବ ।

ଅଲ୍‌କାଟ୍ରାଜ୍‌ ସାନ୍‌ ଫ୍ରାନ୍ସିସ୍କୋ ତଟଠୁ ୨ କିମି ଦୂର ଏକ ଦ୍ୱୀପରେ ଅବସ୍ଥିତ । ସବୁଠୁ ଲୋକପ୍ରିୟ ସ୍ଥଳୀ ଭାବେ ବର୍ତ୍ତମାନ ଏଠାକୁ ପ୍ରତି ବର୍ଷ ୧୦ ଲକ୍ଷ ଲୋକ ବୁଲିବାକୁ ଆସୁଛନ୍ତି । ପ୍ରଥମେ ଅଲ୍‌କାଟ୍ରାଜ୍‌ ଏକ ଦ୍ୱୀପ ଥିଲା । ୧୮୨୧ରେ ସ୍ପେନ୍‌ ବିରୋଧରେ ସ୍ୱାଧୀନତା ଆନ୍ଦୋଳନ ପରେ ଦ୍ୱୀପ ଉପରେ ମେକ୍ସିସ୍କୋ କବ୍‌ଜା କରିଥିଲା । ଏହା ପରେ ୧୮୪୮ରେ ଆମେରିକା ଗୁଆଡାଲୁପେ ହିଡାଲଗୋ ସନ୍ଧି ଅନ୍ତର୍ଗତ ଦ୍ୱୀପ ଉପରେ ନିଜର ଅଧିକାର ଜମାଇଲା ।

ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ମିଲିଆର୍ଡ ଫିଲମୋର ଦ୍ୱୀପର ରଣନୀତିକ ମହତ୍ୱକୁ ବୁଝି ଏହାକୁ ଆମେରିକା ନୌସେନାର ଆଡ୍ଡା କଲେ । ୧୮୫୮ ବେଳକୁ ଆମେରିକା ଦ୍ୱୀପରେ ସୈନ୍ୟବାହିନୀ ପାଇଁ ଅଲ୍‌କାଟ୍ରାଜ୍‌ ଦୁର୍ଗ ନିର୍ମାଣ କଲା । ଆମେରିକାରେ ଗୃହଯୁଦ୍ଧ (୧୮୬୧-୧୮୬୫) ସମୟରେ ଅପରାଧୀ ଓ ଅଭିଯୁକ୍ତଙ୍କୁ ଏହି ଜେଲରେ ରଖାଯାଉଥିଲା ।

ଗୃହଯୁଦ୍ଧ ସମାପ୍ତିର ୧ ଦଶନ୍ଧି ପରେ ଆମେରିକୀୟ ନୌସେନାର ଦୁର୍ଗକୁ ସୈନ୍ୟ ଜେଲରେ ରୂପାନ୍ତର କରିଦିଆଗଲା । ଆମେରିକୀୟ ପତ୍ରିକା ଆର୍କିଟେକ୍‌ଚରାଲ ଡାଇଜେଷ୍ଟ୍‌ ଅନୁସାରେ, ୧୯୦୦ ମସିହାରେ ଅଲ୍‌କାଟ୍ରାଜ୍‌ରେ ୪୪୧ କଏଦୀଙ୍କୁ ରଖାଯାଇଥିଲା । ୧୯୧୨ରେ ୬୦୦ କୋଠରୀଯୁକ୍ତ ଜେଲ୍‌ ନିର୍ମାଣ କରାଗଲା, ଯେଉଁଥିରେ ଗୋଟିଏ ମେସ୍‌ ହଲ୍‌ ଓ ହସ୍ପିଟାଲ ମଧ୍ୟ ଥିଲା । ୧୯୩୦ରେ ଅଲ୍‌କାଟ୍ରାଜ୍‌ର ନିୟନ୍ତ୍ରଣ ଆମେରିକୀୟ ପ୍ରିଜନ୍‌ ବ୍ୟୁରୋ ହାତକୁ ଚାଲିଗଲା । ତା’ପରଠୁ ଜେଲ୍‌ରେ କୁଖ୍ୟାତ ଓ ଭୟଙ୍କର କଏଦୀଙ୍କୁ ରଖାଗଲା । ‘ଅଲ୍‌କାଟ୍ରାଜ୍‌ ପ୍ରିଜନ୍‌ ଇନ୍‌ ଆମେରିକାନ୍‌ ହିଷ୍ଟ୍ରୀ’ ନାମକ ଏକ ପୁସ୍ତକରେ ଉଲ୍ଲେଖ ହୋଇଛି ‘ଜେଲ୍‌ରୁ ପଳାୟନ ପ୍ରୟାସକୁ କମାଇବାକୁ ଅଲ୍‌କାଟ୍ରାଜ୍‌ରେ ଚୁପ୍‌ ରହିବାର ନିୟମ କରାଯାଇଥିଲା । କଏଦୀଙ୍କୁ ନିଜ କୋଠରୀ, ବ୍ଲକ୍‌ ବା ଡାଇନିଂ ହଲ୍‌ରେ ପରସ୍ପର ସହ କଥା ହେବାର ସ୍ୱାଧୀନତା ନ ଥିଲା ।’ 

୧୯୩୪ରେ ଏହି ଜେଲ୍‌କୁ ବିଶ୍ୱର ସବୁଠୁ ସୁରକ୍ଷିତ ଜେଲ୍‌ କୁହାଗଲା, ଯେଉଁଠୁ କଏଦୀଙ୍କର ପଳାୟନ ଅସମ୍ଭବ ଥିଲା । ପ୍ରତି ୩ କଏଦୀଙ୍କ ପାଇଁ ଜଣେ ଗାର୍ଡଙ୍କୁ ମୁତୟନ କରାଯାଉଥିଲା । ଜେଲ୍‌ରୁ ଅନେକ କୁଖ୍ୟାତ ଅପରାଧୀ ପଳାୟନ ପାଇଁ ଚେଷ୍ଟା କରିଥିଲେ । ଏପରି କରିଥିବା ୨୩ କଏଦୀ ଧରାପଡ଼ିଥିଲେ ଏବଂ ୬ କଏଦୀଙ୍କୁ ଗୁଳି କରାଯାଇଥିଲା । ୨ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ୧୯୬୩ରେ ଅଲ୍‌କାଟ୍ରାଜ୍‌ ଜେଲ୍‌କୁ ବନ୍ଦ କରିଦିଆଗଲା । ଏହା ପଛର କାରଣ ବଜେଟ୍‌ ବୋଲି କୁହାଗଲା । ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ପ୍ରିଜନ୍ସର ୱେବ୍‌ସାଇଟ୍‌ ଅନୁସାରେ, ଅଲ୍‌କାଟ୍ରାଜ୍‌କୁ ବନ୍ଦ କରିବାର କାରଣ ଏହାର ଖର୍ଚ୍ଚ ଅନ୍ୟ ଆମେରିକୀୟ ଜେଲର ଖର୍ଚ୍ଚଠୁ ୩ ଗୁଣ ଅଧିକ ଥିଲା । ଜେଲ୍‌ ବନ୍ଦ ହେବା ପରେ ୧୯୭୨ରେ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା । କିନ୍ତୁ ଏବେ ଟ୍ରମ୍ପ୍‌ଙ୍କ ଆଦେଶ ପରେ ଅଲ୍‌କାଟ୍ରାଜ୍‌ ଜେଲ୍‌ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇପାରେ । ଏଥର ଜେଲ୍‌ରେ ପୁଣି ଥରେ ଭୟଙ୍କର କଏଦୀଙ୍କୁ ରଖାଯିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.