ପ୍ରମୂଖ ଖବର
  • କେନ୍ଦୁଝର : ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ଦମ୍ପତିଙ୍କ ଜୀବନ
  • ||
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଇସ୍ରାଏଲ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ, ଯୁଦ୍ଧବିରତି ଉଲ୍ଲଂଘନ ପାଇଁ ଇରାନ୍‌କୁ ବି ଦାୟୀ କଲେ

Published By : Tapas Panda | June 24, 2025 5:57 PM

ନୂଆଦିଲ୍ଲୀ: ଦୀର୍ଘ ୧୨ ଦିନର ଘମାଘୋଟ ଯୁଦ୍ଧ ପରେ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହୋଇଛି । ଏହି ଯୁଦ୍ଧବିରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରାଇଛନ୍ତି । ଯୁଦ୍ଧବିରତି ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବା କୁହାଯାଉଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ । ଇରାନ୍‌ ଉପରେ ଇସ୍ରାଏଲର ଆକ୍ରମଣକୁ ନାପସନ୍ଦ କରିବା ସହ ଏଥିରୁ ବିରତ ରହିବାକୁ ନେତାନ୍ୟାହୁଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି । କେବଳ ଇସ୍ରାଏଲ ନୁହେଁ ଇରାନ୍‌କୁ ମଧ୍ୟ ଯୁଦ୍ଧ ବନ୍ଦ କରିବାକୁ ସେ ଅପିଲ କରିଛନ୍ତି । ଯୁଦ୍ଧବିରିତ ପରେ ଉତ୍ତେଜନା ବଢ଼ାଇବାକୁ ନେଇ ସେ ଇସ୍ରାଏଲ ଏବଂ ଇରାନ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।

ନାଟୋ ସମ୍ମିଳନୀକୁ ଯିବାକୁ ପୂର୍ବରୁ ମଙ୍ଗଳବାର ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି, ସେ ଇସ୍ରାଏଲର କାର୍ଯ୍ୟକଳାପରେ ଖୁସି ନାହାନ୍ତି । ସମୟ ସୀମା ଶେଷ ହେବା ପରେ ମଧ୍ୟ ଇସ୍ରାଏଲ ଗୋଟିଏ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ଟ୍ରମ୍ପ ଦାବି କରିଛନ୍ତି । ଏହା ସହ ଇସ୍ରାଏଲକୁ ଶାନ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । 

ଟ୍ରମ୍ପ କହିଛନ୍ତି ଯେ, ସେ ଦୁଇ ଦେଶ ଉପରେ ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଇସ୍ରାଏଲ ଉପରେ ସେ ଅଧିକ କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ସୋସିଆଲ ମିଡିଆ ଟ୍ରୁଥ ସୋଶାଲରେ ଟ୍ରମ୍ପ ଲେଖିଛନ୍ତି, ‘ଇସ୍ରାଏଲ.. ବୋମାଗୁଡ଼ିକ ପକାଅ ନାହିଁ.. ଯଦି ଏପରି କରିବ ତେବେ ଏହା ଯୁଦ୍ଧବିରତିର ଉଲ୍ଲଂଘନ ହେବ ।’ ଇସ୍ରାଏଲ ଏବଂ ଇରାନ୍‌ ଯୁଦ୍ଧବିରତି ଉପରେ ସହମିତି ପ୍ରକାଶ କରିବା ପରେ ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ଚିନ୍ତା ବଢ଼ାଇ ଦେଇଛି । 

ଯୁଦ୍ଧବିରତି ନେଇ ଘୋଷଣା କରିବା ସହ ଟ୍ରମ୍ପ ଲେଖିଥିଲେ, ‘ଦୁଇ ଦେଶ ଶାନ୍ତି ପାଇଁ ସହମତି ପ୍ରକାଶ କରିଛନ୍ତି । ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ମୋତେ ଯୋଗାଯୋଗ କରିଥିଲେ । ବିଶ୍ବ ଏବଂ ମଧ୍ୟପ୍ରାଚ୍ୟ ପ୍ରକୃତରେ ବିଜୟୀ । ଉଭୟ ଦେଶ ପ୍ରେମ, ଶାନ୍ତି ଏବଂ ସମୃଦ୍ଧି ପ୍ରତି ନିଜର ଭାବନା ବ୍ୟକ୍ତ କରିଛନ୍ତି । ’ ଏହା ସହ ସେ କହିଥିଲେ, ଇରାନର ସବୁ ପରମାଣୁ ଠିକଣା ଧ୍ବଂସ ହୋଇଛି ଏବଂ ଏହା ପୁଣି ଥରେ ନିର୍ମାଣ ହୋଇପାରିବ ନାହିଁ । ସେପଟେ ଟ୍ରମ୍ପଙ୍କ ଦ୍ବାରା ହୋଇଥିବା ଯୁଦ୍ଧବିରତିକୁ ସମର୍ଥନ କରୁଛୁ ବୋଲି ସ୍ପଷ୍ଟ କରିଥିଲା ଇସ୍ରାଏଲ । ଏପରିକି ତେହରାନ ଯୁଦ୍ଧବିରତି ଉଲ୍ଲଂଘନ କଲେ ଆମେ ଉଚିତ ଜବାବ ଦେବୁ ବୋଲି ଇସ୍ରାଏଲ ଚେତାବନୀ ଦେଇଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.