ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକାରେ ଟ୍ରକ୍‌ ଚଳାଇବାକୁ ହେଲେ ଇଂରାଜୀ ଶିଖିବା ବାଧ୍ୟତାମୂଳକ ! ନୂଆ ନିର୍ଦ୍ଦେଶ ଜାରି କଲେ ରାଷ୍ଟ୍ରପତି ଟ୍ରମ୍ପ

Published By : Soubhagya Ranjan | April 29, 2025 6:44 PM

Image source: TV9

ନୂଆଦିଲ୍ଲୀ,୨୯/୦୪: ହ୍ବାଇଟ ହାଉସକୁ ଫେରିବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଲାଗି ପଡ଼ିଛନ୍ତି। ଏଥିପାଇଁ ଟ୍ରମ୍ପ ପ୍ରତିଦିନ ନୂଆ ଅର୍ଡର ପାସ କରୁଛନ୍ତି। ଏବେ ଟ୍ରକ ଡ୍ରାଇଭରମାନଙ୍କ ବିଷୟରେ ଟ୍ରମ୍ପ ଏପରି ଏକ ଆଦେଶ ଦେଇଛନ୍ତି, ଯାହା ଭାରତୀୟ ବଂଶୋଦ୍ଭବ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ରାଷ୍ଟ୍ରପତି ଟ୍ରମ୍ପ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି, ଯେଉଁ‌‌ଥିରେ ଉଲ୍ଲେଖ ରହିଛି ଯେ, ଆମେରିକାରେ ଟ୍ରକ୍ ଡ୍ରାଇଭରମାନେ ଇଂରାଜୀରେ ପାରଦର୍ଶୀତା ହାସଲ କରିଥିବା ଦରକାର ଅର୍ଥାତ୍‌ ଟ୍ରକ ଚଳାଉଥିବା ଡ୍ରାଇଭରମାନେ ଇଂରାଜୀ ଭଲ ଭାବରେ କହିପାରୁଥିବା ଦରକାର। ଦ ରଏଟର୍ସର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏନେଇ ଅନେକଙ୍କ ଚିନ୍ତା ବଢ଼ିଛି।

ଏହି ନିର୍ଦ୍ଦେଶ ଶିଖ ଅଧିକାର ଗୋଷ୍ଠୀ ମଧ୍ୟରେ ଚିନ୍ତା ବଢ଼ାଇଛି। ସେ କହିଛନ୍ତି ଯେ ଏହା ରୋଜଗାରରେ ଭେଦଭାବ ବଢ଼ାଇପାରେ ଏବଂ ଚାକିରି ପାଇବାରେ ଅନାବଶ୍ୟକ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଟ୍ରମ୍ପଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ ଦେଶର ଟ୍ରକ୍ ଡ୍ରାଇଭର ଦେଶର ଅର୍ଥନୀତି, ଏହାର ସୁରକ୍ଷା ଏବଂ ଆମେରିକୀୟ ଲୋକଙ୍କ ଜୀବିକା ପାଇଁ ଜରୁରୀ ଅଟେ। 

ସୋମବାର ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ବୃତ୍ତିଗତ ଡ୍ରାଇଭରମାନେ ଇଂରାଜୀରେ ପାରଦର୍ଶି ଥିବା ଜରୁରୀ। ଏହାକୁ ଟ୍ରମ୍ପ ଆମେରିକାର ସରକାରୀ ଜାତୀୟ ଭାଷା ଭାବରେ ନିଯୁକ୍ତ କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଜଣେ ଡ୍ରାଇଭର, ଟ୍ରାଫିକ ସଙ୍କେତ ପଢ଼ିବା ଏବଂ ବୁଝିବା ତଥା ଟ୍ରାଫିକ ସୁରକ୍ଷା, ସୀମା ପାଟ୍ରୋଲିଂ, କୃଷି ଯାଞ୍ଚ ପଏଣ୍ଟ ଏବଂ କାର୍ଗୋ ଓଜନ ସୀମା ଷ୍ଟେସନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ଯେପରି ସକ୍ଷମ ହୋଇପାରୁଥିବ। 

ଟ୍ରମ୍ପ ଏହି ନିର୍ଦ୍ଦେଶରେ କହିଛନ୍ତି, “ମୋର ପ୍ରଶାସନ ଆମେରିକୀୟ ଟ୍ରକର୍, ଡ୍ରାଇଭର, ଯାତ୍ରୀ ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ନିୟମ ଲାଗୁ କରିବ, ଯେଉଁଥିରେ ସୁରକ୍ଷା ନିୟମ ଲାଗୁ କରିବା ସହିତ ଯେକୌଣସି ବ୍ୟବସାୟିକ ଯାନବାହାନ ଚଳାଚଳ କରୁଥିବା ବ୍ୟକ୍ତି ଆମର ଜାତୀୟ ଭାଷା, ଇଂରାଜୀ ଭାଷାରେ ସଠିକ୍ ଯୋଗ୍ୟ ଏବଂ ନିପୁଣତା ହାସଲ କରିଥିବା ଆବଶ୍ୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.