ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଷ୍ଟକ୍ ବଜାର ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପୋଷ୍ଟ , ନିବେଶକଙ୍କୁ ଦେଲେ ଏହି ପରାମର୍ଶ

Published By : Prameya | April 10, 2025 4:43 PM

ନୂଆଦିଲ୍ଲୀ- ଗ୍ଲୋବାଲ ମାର୍କେଟ୍‌ରେ ଖୁବ୍‌ ଅସ୍ଥିରତା ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡ଼ିଆରେ ଏକ ନୂଆ ପୋଷ୍ଟ କରିଛନ୍ତି। ସୋସିଆଲ ମିଡ଼ିଆରେ ସେ ଏହି ପୋଷ୍ଟ ନ୍ୟୁୟର୍କରେ ସକାଳ ୯.୩୫ ସମୟରେ କରି ଥିଲେ। ନିଜ ପୋଷ୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଥିଲେ, ଷ୍ଟକ୍‌ ବଜାରରେ କିଣିବା ପାଇଁ ଏହା ଉତ୍ତମ ସମୟ। 

କହି ରଖୁଛି କି, ଟ୍ରମ୍ପଙ୍କ ଟାରିଫ୍‌ର ଘୋଷଣାରେ ସାରା ବିଶ୍ୱର ବଜାରରେ ହଇଚଇ ସୃଷ୍ଟି କରିଛି ଏବଂ ଆମେରିକୀୟ ମାର୍କେଟ୍‌ ଗତ ୪ଦିନରେ ୬ଟ୍ରିଲିୟନ ଡଲାରରୁ ଅଧିକ ଖସି ଯାଇଛି। ଏଥିରେ ଏସଆଣ୍ଡପି ୫୦୦କୁ ଖୁବ୍‌ କ୍ଷତି ସହିବାକୁ ପଡ଼ିଛି। ଖାଲି ଏତିକି ନୁହେଁ , ଟ୍ରମ୍ପ ଟାରିଫ୍‌ରେ ଭାରତୀୟ ଷ୍ଟକ୍‌ ବଜାରରେ ସେୟାର ମଧ୍ୟ ଗତ ସୋମବାର ପାଖାପାଖି ୪୦୦୦ ପଏଣ୍ଟ ପର୍ଯ୍ୟନ୍ତ ଖସି ଯାଇଥିଲା।

୯୦ ଦିନ ପାଇଁ ସ୍ଥଗିତ କରାଯାଇଛି ପ୍ଲାନ୍‌- 

କହି ରଖୁଛୁ କି, ବୈଶ୍ୱିକ ବଜାରରେ ମାନ୍ଦାସ୍ଥିତିର ଆଶଙ୍କା ମଧ୍ୟରେ ବୁଧବାର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ ଦେଶରେ ଲଗାଯାଇ ଥିବା ଶୁଳ୍କକୁ ହଠାତ୍‌ ୯୦ ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ହେଲେ ସେ ଚୀନ୍‌ରୁ ଆମଦାନୀ ଉପରେ ଶୁଳ୍କର ଦରକୁ ବଢାଇ ୧୨୫ ପ୍ରତିଶତ କରି ଦେଇଛନ୍ତି। ଏହି ଖବର ପରେ କିଛି ମିନିଟ୍‌ରେ ସେୟାର ବଜାରରେ ବୃଦ୍ଧି ଆସିଥିଲା। ଏସଆଣ୍ଡପି ୫୦୦ରେ ୭ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି, ଏଥିରେ ୩ ଟ୍ରିଲିୟନ ଡଲାରର ଲାଭ ହୋଇଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ୍‌ ବଜାର ଉପରେ ମଧ୍ୟ ପଡ଼ିଛି ଏବଂ ସେନସେକ୍ସ-ନିଫ୍ଟିରେ କିଛି ରିକଭରି ଦେଖା ଯାଇଛି। ଏହା ସତ୍ତ୍ୱେ ଭାରତ ସମେତ ସାରା ବିଶ୍ୱର ନିବେଶକଙ୍କ ମଧ୍ୟରେ ଷ୍ଟକ୍‌ ବଜାରକୁ ନେଇ ଏକ ଭୟର ମାହୋଲ ଘେରି ରହିଛି। 

ଜିଦିରେ ଅଟଳ ଥିଲେ ଟ୍ରମ୍ପ – 

କହି ରଖୁଛି କି, ଗତ ସପ୍ତାହରେ ଟ୍ରମ୍ପ ପୋଷ୍ଟ କରିଥିଲେ,ମୋ ପଲିସି (ନୀତି) ଗୁଡ଼ିକ କେବେ ବଦଳିବ ନାହିଁ। ସୋମବାର ଓ ମଙ୍ଗଳବାର ଯେତେବେଳେ ଏସଆଣ୍ଡପି ୫୦୦ରେ ହ୍ରାସ ଘଟିଛି, ତ ଟ୍ରମ୍ପ ପୁଣି ଥରେ କହିଛନ୍ତି, ସେ ବଜାର ଉପରେ ନଜର ରଖି ନାହାନ୍ତି, ଅର୍ଥ ବ୍ୟବସ୍ଥାକୁ ଦୃଢ କରିବାକୁ ଔଷଧ ନେବା ଆବଶ୍ୟକ। ଟ୍ରେଜରୀ ସେକ୍ରେଟାରୀ ସ୍କଟ୍‌ ବେସେଣ୍ଟ ଜୋର ଦେଇ କହିଛନ୍ତି ଯେ, ୱାଲ୍‌ ଷ୍ଟ୍ରିଟ୍‌ରେ ଧ୍ୟାନ ଦିଆ ଯାଉ ନାହିଁ। ସେ କହିଛନ୍ତି ଯେ, ଏବେ ମେନ୍‌ ଷ୍ଟ୍ରିଟ୍‌ର ପାଳି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.