ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶପଥ ସମାରୋହକୁ ଚୀନ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ

Published By : Anindita Ratha | January 19, 2025 10:47 AM

ନୂଆଦିଲ୍ଲୀ,୧୯/୦୧: ଏତେ ଦିନ ଅପେକ୍ଷାର ହେଲା ଅନ୍ତ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ ।  ଏଥିଲାଗି ପ୍ରସ୍ତୁତି ବି ସରିଥିବା ବେଳେ  ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ହୋଇଛି। ତେବେ ନିମନ୍ତ୍ରଣରେ ଚୀନ ବି ରହିଛି। ଏହାପରେ ବି ଜୀନପିଙ୍ଗଙ୍କୁ ନିମନ୍ତ୍ରଣ ମିଳିଛି । ତେବେ ଜୀନପିଙ୍ଗ ଆମେରିକା ଗସ୍ତ କରିବା ନେଇ କୌଣସି ସମ୍ଭାବନା ନ ଥିବା ବେଳେ  ବରଂ ଚୀନ ପକ୍ଷରୁ ଉପରାଷ୍ଟ୍ରପତି ଆମେରିକା ଗସ୍ତର ସୂଚନା ରହିଛି । କିନ୍ତୁ ଶପଥ ସମାରୋହ ପରେ ଟ୍ରମ୍ପ ଚୀନ ଗସ୍ତରେ ଯିବାକୁ ଚାହୁଁଥିବା ନେଇ ସେ ନିଜର ସହଯୋଗୀଙ୍କୁ କହିଛନ୍ତି। 

ତେବେ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ  ଥିବା ବେଳେ ଚୀନ ଉପରେ ବ୍ୟବସାୟିତ ଶୁଳ୍କ ବୃଦ୍ଧି କରିଥିଲେ । ଏଥିସହ ଚୀନ ଲାଗି ପୁରା ବିଶ୍ବରେ କରୋନା ବ୍ୟାପିଥିବା ଅଭିଯୋଗ କରିଥିଲେ ଟ୍ରମ୍ପ । ଯାହାକୁ ନେଇ ଉଭୟ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା । ହେଲେ ଟ୍ରମ୍ପ ଏବେ ଚୀନ ପ୍ରତି ସମ୍ପର୍କ ଭଲ କରିବାକୁ ଚାହୁଁଥିବାରୁ ଜୋର ଧରିଛି ଚର୍ଚ୍ଚା ।ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀରେ, ଜିନପିଙ୍ଗ ସହ ଟ୍ରମ୍ପ ଫୋନ୍‌ରେ କଥା ହୋଇଛନ୍ତି । ଏବଂ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି ଜିନପିଙ୍ଗ ।  କୌଣସି ରାଷ୍ଟ୍ରୀୟ ନେତା ଆମେରିକା ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଗସ୍ତ କରିବା ନେଇ ଜଣାପଡ଼ିଛି । 

ଆମେରିକାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଭାରତ ସହ ସମ୍ପର୍କ ନିବିଡ କରିଥିଲେ । ମୋଦିଙ୍କ ଆମେରିକା ଗସ୍ତ ବେଳେ ଟ୍ରମ୍ପ ସରକାର ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । ଖାଲି ଏତିକି ନୁହେଁ ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭାରତ ଗସ୍ତରେ ଆସିଥିଲେ ଟ୍ରମ୍ପ । ଏହାପରେ ଦ୍ବିତୀୟ ଥର ରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ଲଢିବା ପୂର୍ବରୁ ମୋଦିଙ୍କ ସମ୍ପର୍କରେ ସେ କହିଥିଲେ, ମୋଦି ମୋର ଜଣେ ଭଲବନ୍ଧୁ । ତାଙ୍କର ଚିନ୍ତାଧାରା ଅଭୂତପୂର୍ବ । ତାଙ୍କ ଭାଷଣ ଶୁଣିବାକୁ ଯେଉଁପରି ଭାବରେ ଲୋକ ହେଉଛନ୍ତି ବୋଧହୁଏ ମୋ ରାଜନୈତିକ କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ ଜନସମାଗନ ହେବ ନାହିଁ । ଭାରତ ସହ ତାଙ୍କର ସମ୍ପର୍କ କେମିତି । ତେଣୁ ରାଷ୍ଟ୍ରପତି ହେବା ପରେ ଭାରତ ଆସୁଥିବା କଥା କିଛି ଆଶ୍ଚର୍ଯ୍ୟ ନୁହେଁ । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.