ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକା-ଚୀନ ଟାରିଫ୍ ୱାର, ୫୦ ଅତିରିକ୍ତ ଶୁଳ୍କ ଲଗାଇବାକୁ ଟ୍ରମ୍ପଙ୍କ ଚେତବାନୀ

Published By : Ankita S | April 8, 2025 1:02 PM

ନୂଆଦିଲ୍ଲୀ, ୮/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାର ସ୍ଥିତି ବିଶ୍ୱରେ ଜାରି ରହିଛି । ଏହାକୁ ନେଇ ଆମେରିକା-ଚୀନ ମୁହାଁମୁହିଁ ହୋଇଛନ୍ତି । ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ନେଇଛନ୍ତି ଡୋନାଲ଼୍ଡ ଟ୍ରମ୍ପ । ଫଳରେ ଚୀନ ସାମଗ୍ରୀ ଉପରେ ଆମେରିକାର ମୋଟ୍ ଟାରିଫ୍ ୯୪ ପ୍ରତିଶତ ଛୁଇଁବ । ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଆମେରିକା ।

ଆମେରିକାର ସବୁ ସାମଗ୍ରୀ ଉପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ୩୫% ଶୁଳ୍କ ଲଗାଇବାର ୪୮ ଘଣ୍ଟା ପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଚେତାବନୀ ଦେଇଛି ଆମେରିକା । ଯେସାକୁ ତେସା ନୀତିରେ ବିଶ୍ୱାସ ରଖୁଥିବା ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଟାରିଫ୍ ଯୁଦ୍ଧ ଆଗକୁ ବିଶ୍ୱ ବଜାରକୁ ଅଧିକ ପ୍ରଭାବିତ କରିବ । ସେପଟେ ଜବାବରେ ଜିନପିଙ୍ଗ ପୁଣି ଟାରିଫ୍ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଯଦି ଏଭଳି ହୁଏ ଭାରତକୁ ଫାଇଦା ମିଳିପାରେ । ଟ୍ରମ୍ପଙ୍କ ଶୁଳ୍କ ଉପରେ ୯୦ ଦିନର ରୋକ୍ ଲାଗିପାରେ ବୋଲି ଚର୍ଚ୍ଚା ଭିତରେ ଏଭଳି ଘୋଷଣା କରିଛି ଆମେରିକା । ଟ୍ରମ୍ପଙ୍କ ଟାରିଫ୍ ନୀତି ଯୋଗୁଁ ସବୁ ଦେଶ ପ୍ରଭାବିତ ହୋଇଛି । ଗତକାଲି ଆମେରିକା ସମେତ ଭାରତର ସେୟାର ବଜାର କ୍ରାସ୍ କରିଥିଲା । ବ୍ଲାକ ମନ୍‌ଡ଼େ ଦେଖିବାକୁ ମିଳିଥିଲା । ବିଶ୍ବ ବଜାର ଥରହର ହୋଇଥିଲା । ୧୯ ଲକ୍ଷ କୋଟି ସ୍ୱାହା ହୋଇଥିଲା । ଫଳରେ ଯାହାକୁ ନେଇ ନିବେଶକ ଚିନ୍ତାରେ ପଡ଼ିଥିଲେ ।

ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ବର ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଏପ୍ରିଲ ୨ରେ ବିଶ୍ବର ବିଭିନ୍ନ ଦେଶକୁ ଟାର୍ଗେଟ କରି ପାଲଟା ଶୁଳ୍କ ଘୋଷଣା କରିଥିଲେ । ଅଟୋ ମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଏବି ଶୁଳ୍କ ଦ୍ବାରା ବିପଦରେ ପଡ଼ିଛି । ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଛି । ଆମେରିକା ବିରୋଧରେ ଚୀନ ୩୪ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଥିଲା । ଡ୍ରାଗନରେ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଚୀନ ବିରୋଧରେ ଆସନ୍ତାକାଲିଠୁ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଧମକ ଦେଇଛନ୍ତି । ଯଦି ଚୀନ ଏହାର ୩୪ ପ୍ରତିଶତ ଟାରିଫ୍‌କୁ ପ୍ରତ୍ୟାହାର ନ କରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲାଗୁ ହେବ । ଚୀନ ସହ କୌଣସି ଆଲୋଚନା ହେବ ନାହିଁ । ସବୁ ବୈଠକ ବାତିଲ କରାଯିବ ବୋଲି କହିଛନ୍ତି ଡ଼ୋନାଲ୍ଡ ଟ୍ରମ୍ପ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.