କୁଆଲାଲମ୍ପୁର,୦୮।୦୨:  ପୂର୍ବରୁ ଭାରତକୁ କେବଳ ଏକ ବଡ଼ ବଜାର ଭାବେ ଦେଖାଯାଉଥିଲା । ଏବେ ଆମେ ନିବେଶ ଓ ବ୍ୟବସାୟର କେନ୍ଦ୍ର ସାଜିଛୁ । ଅଭିବୃଦ୍ଧି ପାଇଁ ଭାରତକୁ ଏକ ବିଶ୍ୱସ୍ତ ସହଯୋଗୀ ଭାବେ ଦେଖାଯାଉଛି । ବ୍ରିଟେନ୍‌ ଓ ସଂଯୁକ୍ତ ଆରବଏମିରେଟ୍ସ (ୟୁଏଇ) ହେଉ କିମ୍ବା ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ, ଓମାନ, ୟୁରୋପୀୟ ସଂଘ ଏବଂ ଆମେରିକା, ସମସ୍ତେ ଭାରତ ସହିତ ବାଣିଜ୍ୟ ବୁଝାମଣା କରୁଛନ୍ତି । ବିଶ୍ୱାସ ହିଁ ବର୍ତ୍ତମାନ ଭାରତର ସବୁଠୁ ଶକ୍ତିଶାଳୀ ମୁଦ୍ରାରେ ପରିଣତ ହୋଇଛି ।

ଦୁଇଦିନିଆ ମାଲେସିଆ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୁଆଲାଲମ୍ପୁରରେ ‘ସେଲାମାତ ଦତାଙ୍ଗ୍‌ମୋଦିଜୀ’ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଏହା କହିଛନ୍ତି । ମୋଦି କହିଛନ୍ତି, ମୁଁ ଶୁଣିଛି ଯେ ମାଲେସିଆରେଭାରତୀୟ ସଙ୍ଗୀତ ଓ ଚଳଚ୍ଚିତ୍ର ବେଶ୍‌ ଲୋକପ୍ରିୟ । ଏଠାକାର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବହୁତ ଭଲ ଗୀତ ଗାଆନ୍ତି । ତାଙ୍କର ଭାରତ ଗସ୍ତ ବେଳେ ସେ ଏକ ପୁରୁଣା ହିନ୍ଦୀଗୀତ ଗାନ କରିଥିଲେ । ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ।ପ୍ରଧାନମନ୍ତ୍ରୀ ମୋଦି ମାଲେସିଆରେ ଥିବା ଭାରତୀୟ ସାଂସ୍କୃତିକ କେନ୍ଦ୍ରର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ରଖିଛନ୍ତି ।କୁଆଲାଲମ୍ପୁରରେ ଥିବା ‘ଇଣ୍ଡିଆନ୍‌ କଲ୍‌ଚରସେଣ୍ଟର’କୁ ଏବେ ନେତାଜୀ ସୁଭାଷ ଚନ୍ଦ୍ରବୋଷ ଇଣ୍ଡିଆନ୍‌ କଲ୍‌ଚର ସେଣ୍ଟର’ କୁହାଯିବବୋଲି ମୋଦି କହିଛନ୍ତି । 

ପ୍ରବାସୀ ଭାରତୀୟଙ୍କୁ ମୋଦି କହିଛନ୍ତି, ଆପଣମାନଙ୍କ ହୃଦୟରେ ଭାରତ ବିଶେଷ ସ୍ଥାନ ରଖୁଛି । ୨୦୦୧ରେ ଗୁଜରାଟରେ ଭୂକମ୍ପ ବେଳେ ଆପଣମାନେ ସହାୟତା କରିଥିଲେ । ଭାରତକୁ ସ୍ୱାଧୀନ କରିବାରେ ଆପଣମାନଙ୍କ ପୂର୍ବଜ ବଳିଦାନ ଦେଇଥିଲେ । ଭାରତ ସର୍ବଦା ଆପଣମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବ ।ପ୍ରଧାନମନ୍ତ୍ରୀ ମୋଦି ୮ ବର୍ଷ ପରେ ଶନିବାର ଦୁଇଦିନିଆ ଗସ୍ତରେ ମାଲେସିଆ ପହଞ୍ଚିଥିଲେ । ବିମାନବନ୍ଦରରେ ତାଙ୍କୁ ଇବ୍ରାହିମ ସ୍ୱାଗତ କରିଥିଲେ । ଏହାପରେ ନିଜ କାର୍‌ରେ ମୋଦିଙ୍କୁ ଆଣି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ଇବ୍ରାହିମ । ମୋଦିଙ୍କ ସ୍ୱାଗତ ପାଇଁ ପ୍ରବାସୀ ଭାରତୀୟ କଳାକାର ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ । 

ଆହୁରି ପଢନ୍ତୁ-ଗୋଟିଏ ଝଟ୍‌କା ସବୁ ଶେଷ ! ୩ ମହଲା କୋଠା ଭୁଶୁଡ଼ି ୨ ମୃତ, ଚାପି ହୋଇଛନ୍ତି ଅନେକ​​​​​​​

ମୋଦି କହିଛନ୍ତି, ଭାରତ ପ୍ରତି ମାଲେସିଆର ଭଲପାଇବା ଦେଖିଲି । ଏଭଳି ସ୍ୱାଗତ ଉତ୍ସବକୁ ଭାରତ ମନେ ରଖିବ ।ମାଲେସିଆର ୫୦୦ରୁ ଅଧିକ ବିଦ୍ୟାଳୟରେ ଭାରତୀୟ ଭାଷାଗୁଡ଼ିକ ପଢ଼ାଯାଉଛି । ଉଭୟ ଦେଶର ସମ୍ପର୍କ ସୁଦୃଢ଼ ହୋଇଛି । ମୋଦି କହିଛନ୍ତି, ଆଜି ଆମେ ବିକାଶକ୍ଷେତ୍ରରେ ପରସ୍ପରକୁ ସହଯୋଗ କରୁଛେ ।ଭାରତ ଓ ମାଲେସିଆର ଐତିହ୍ୟ ମଧ୍ୟରେଅନେକ ସାମଞ୍ଜସ୍ୟ ରହିଛି । ମୋ ମାସିକ ରେଡିଓ କାର୍ଯ୍ୟକ୍ରମରେ ବି ମାଲେସିଆ କଥା କହିଥିଲି ।ଏଠାରେ ସ୍ୱାମୀ ବିବେକାନନ୍ଦଙ୍କୁ ଅନେକ ଲୋକମାନନ୍ତି । ଖୁବଶୀଘ୍ର ମାଲେସିଆରେ ଭାରତୀୟ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁପିଆଇ ସେବା ଆରମ୍ଭ ହେବାକୁ ଯାଉଛି । ରବିବାର ଦୁଇଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ମୋଦି ଓଇବ୍ରାହିମ ଦ୍ୱିପାକ୍ଷିକ ବୈଠକ କରି ନିବେଶ,ବାଣିଜ୍ୟ, ପ୍ରତିରକ୍ଷା ଭଳି କ୍ଷେତ୍ରରେ ସମ୍ପର୍କବଢ଼ାଇବା ନେଇ ଚର୍ଚ୍ଚା କରିବେ ।