ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ତୁହିନ କାନ୍ତ ପାଣ୍ଡେ ସେବିର ନୂଆ ମୁଖ୍ୟ, ଆଗାମୀ ୩ ବର୍ଷ ଯାଏ ସମ୍ଭାଳିବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

Published By : Prameya | February 28, 2025 9:37 AM

ନୂଆଦିଲ୍ଲୀ,୨୮/୦୨: ଅର୍ଥ ସଚିବ  ତୁହିନ କାନ୍ତ ପାଣ୍ଡେ ଭାରତୀୟ ପ୍ରତିଭୂତି  ଏବଂ ବିନିମୟ ବୋର୍ଡ (ସେବି)ର ନୂଆ  ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।  କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି  ଶ୍ରୀ ପାଣ୍ଡେଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ  କରିଛି । ସେ ଏବେ ଅର୍ଥ ସଚିବ ଭାବେ କାର୍ଯ୍ୟକରୁଛନ୍ତି । ସେବି ମୁଖ୍ୟ ଭାବେ ସେ  ମାଧବୀ ପୁରୀ ବୁଚ୍‌ଙ୍କ ସ୍ଥାନରେ କାର୍ଯ୍ୟ  କରିବେ । ଆଗାମୀ ୩ ବର୍ଷ ଲାଗି  ତାଙ୍କୁ ଏହି ପଦବୀରେ ଅବସ୍ଥାପିତ  କରାଯାଇଛି । ଶ୍ରୀ ପାଣ୍ଡେ ୧୯୮୭  ବ୍ୟାଚ୍‌ ଓଡ଼ିଶା କ୍ୟାଡର ଅଧିକାରୀ । ଅର୍ଥ ସଚିବ ପୂର୍ବରୁ ସେ ନିବେଶ  ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା  (ଦୀପମ) ବିଭାଗ ଏବଂ ରାଜସ୍ୱ  ବିଭାଗ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ  ପଦପଦବୀରେ କାର୍ଯ୍ୟ କରିଥିଲେ ।

ତୁହିନ୍ ପାଣ୍ଡେ କିଏ?

ତୁହିନ କାନ୍ତ ପାଣ୍ଡେ ମୋଦି ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ତୁହିନ୍ ପାଣ୍ଡେ ପୂର୍ବରୁ ଦୀପମ (ନିବେଶ  ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା)ର ସଚିବ ଥିଲେ, କିନ୍ତୁ ଅଲି ରାଜା ରିଜଭିଙ୍କ ଅବସର ପରେ ତାଙ୍କୁ DPE (ସାର୍ବଜନୀନ ଉଦ୍ୟୋଗ ବିଭାଗ)ର ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ଶ୍ରୀ କାନ୍ତଙ୍କୁୁ ଅର୍ଥ ମନ୍ତ୍ରଣାଳୟରେ ଅର୍ଥ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

ଜାଣନ୍ତୁ କେତେ ଦରମା ପାଇବେ

ସେବି ମୁଖ୍ୟ ପଦବୀ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦାୟିତ୍ୱପୂର୍ଣ୍ଣ ଚାକିରି। କାରଣ ଏବେ ସେମାନଙ୍କୁ ଷ୍ଟକ୍ ବଜାରର ତଦାରଖ କରିବାକୁ ପଡିବ। ନିବେଶକଙ୍କ ସ୍ୱାର୍ଥର ସୁରକ୍ଷା କରିବା ମଧ୍ୟ ତାଙ୍କର ଦାୟିତ୍ୱ ହେବ। ତୁହିନ୍ ପାଣ୍ଡେଙ୍କୁ ସେବିର ମୁଖ୍ୟ କରାଯାଇଛି। ଯେତେବେଳେ ବଜାର ଏକ ବଡ଼ ମାନ୍ଦାବସ୍ଥା ଦେଇ ଗତି କରୁଛି ଏବଂ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଏପରି ପରିସ୍ଥିତିରେ ତୁହିନ୍ ପାଣ୍ଡେଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ  ହେବ। ସେବି ମୁଖ୍ୟ ପଦବୀ ପାଇଁ ତୁହିନ ପାଣ୍ଡେଙ୍କୁ ଭାରତ ସରକାରଙ୍କ ସଚିବଙ୍କ ସମାନ ଦରମା ପାଇବେ। ଘର ଏବଂ ଗାଡ଼ି ବିନା ଏହି ଦରମା ମାସିକ ୫,୬୨,୫୦୦ ଟଙ୍କା ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.