କରଞ୍ଜିଆ, ୨୨।୩: ଅଖା ଭିତରୁ ନିଖୋଜ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ଘଟଣାରେ ଟିଉସନ ମାଷ୍ଟରଙ୍କୁ ପୁଲିସ ଗିରଫ କରିଛି। ଏକ ତରଫା ପ୍ରେମକୁ ନେଇ ଟିଉସନ ମାଷ୍ଟର ଛାତ୍ରୀଙ୍କୁ ହତ୍ୟା କରିଥିବା କରଞ୍ଜିଆ ପୁଲିସ ସୂଚନା ଦେଇଛି। ଟିଉସନ ମାଷ୍ଟର ହେଲେ ବାଙ୍କୀସାହିର ତ୍ରିଲୋଚନ ମହାକୁଡ଼।

ପୁଲିସ ସୂଚନା ଅନୁଯାୟୀ କରଞ୍ଜିଆ ବାଙ୍କୀସାହିର ଟ୍ୟୁସନ ଶିକ୍ଷକ ତ୍ରିଲୋଚନ ମହାକୁଡ଼ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲା। ଟ୍ୟୁସନ ଶିକ୍ଷକ ଜଣକ ବେଲ୍ଟ ସାହାଯ୍ୟରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା। ଏହା ପରେ ଏକ ଅଖାରେ ମୃତଦେହକୁ ଭର୍ତ୍ତି କରି ବୁଦା ମୂଳେ ଫିଙ୍ଗି ଦେଇଥିଲା। ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୁଲିସ ।

ଆହୁରି ପଢନ୍ତୁ : ସରବାହଲ ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ