କୋକସରା,୨୦।୩ : ୨୬ ନଂ ଜାତୀୟ ରାଜପଥ ଆମପାଣି ଘାଟିରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଏହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀ ସେମାନଙ୍କୁ ଉଦ୍ଧାର କରିଥିଲେ ଓ ନିକଟସ୍ଥ ଆମପାଣି ଡାକ୍ତରଖାନାକୁ ପଠାଇଥିଲେ। ତେବେ ଘାଟିରେ ଟ୍ରକ ଓଲଟି ପଡିଥିବା କାରଣରୁ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡିଛି।ପରେ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଟ୍ରକକୁ ଜବତ ସହ ଘଟଣା ତଦନ୍ତ ଜାରି ରଖିଛି।