ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ତୁର୍କୀରେ ଆତଙ୍କବାଦୀ ଆକ୍ରମଣ: ୪ ମୃତ, ୧୪ ଆହତ

Published By : Tapas Panda | October 23, 2024 9:36 PM

Image Courtesy: Reuters

ନୁଆଦିଲ୍ଲୀ: ଅଙ୍କାରାରେ ଥିବା ତୁର୍କୀ ବିମାନ ନିର୍ମାଣ କମ୍ପାନିରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ୪ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିବା ନେଇ ଦେଶର ଗୃହମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି । ଏନେଇ ଏକ୍ସରେ ସୂଚନା ଦେବା ସହ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସେ କହିଛନ୍ତି । ତୁର୍କୀର ବିମାନ ନିର୍ମାଣ କମ୍ପାନି (ଟିୟୁଏସ୍‌ଏଏସ୍‌)ରେ ବୁଧବାର ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ସହ ଗୁଳିମାଡ଼ ଶୁଣିବାକୁ ମିଳିଥିଲା ।

 ଟ୍ୟାକ୍ସି ସାହାଯ୍ୟରେ କମ୍ପାନି ନିକଟରେ ଦଳେ ବନ୍ଧୁକଧାରୀ ପହଞ୍ଚିଥିବା ନେଇ ସିସିଟିଭି ଫୁଟେଜ୍‌ ଭାଇରାଲ୍‌ ହୋଇଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ କେବଳ ବୋମା ମାଡ଼ କରିଥିଲା । ଅନ୍ୟମାନେ ଆଖିବୁଜା ଗୁଳି ମାଡ଼ କରିଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି । ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା କମ୍ପାନି ଭିତରେ ପଶିଥିଲେ । 

 ସେପଟେ କମ୍ପାନି ଭିତରେ ଥିବା ସୁରକ୍ଷା କର୍ମୀଙ୍କୁ ବନ୍ଧୁକାଧାରୀମାନେ ଅଟକ ରଖି ଦେଇଥିଲେ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛର କାରଣ କଣ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ଜରୁରି ସେବା ଟିମ୍‌, ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । 

 ଟିୟୁଏସ୍‌ଏଏସ୍‌ ସରକାରଙ୍କ ଦ୍ବାରା ପରିଚାଳିତ ବିମାନ ନିର୍ମାଣ ଇଣ୍ଡଷ୍ଟ୍ରି ।  ଏହା ଉଭୟ ବାଣିଜ୍ୟିକ ଏବଂ ମିଲିଟାରି ଏୟାରକ୍ରାଫ୍ଟ ନିର୍ମାଣ କରିଥାଏ ।  ମାନବ ରହିତ ଗାଡ଼ି ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ଏହାର ଭୂମିକା ରହିଛି ।  ତୁର୍କୀର ପ୍ରଥମ କମ୍ବାଟ ଏୟାରକ୍ରାଫ୍ଟ KAAN  ମଧ୍ୟ ଟିୟୁଏସ୍‌ଏଏସ୍‌ରେ ତିଆରି ହେଉଛି । ଅତୀତରେ ଏହି କମ୍ପାନିକୁ ଆତଙ୍କବାଦୀ ଟାର୍ଗେଟ କରିଛନ୍ତି । କୁର୍ଦ୍ଦିଶ ଆତଙ୍କବାଦୀ, ଆଇଏସ୍‌ଆଇଏସ୍‌ ସହଯୋଗୀ ସଂଗଠନ ଏବଂ ଚରମ ବାମପନ୍ଥୀ ସଂଗଠନ ଟିୟୁଏସ୍‌ଏଏସ୍‌ ଉପରେ ଆକ୍ରମଣ କରିଥିବା ନେଇ ଦାୟିତ୍ବ ନେଇଛନ୍ତି ।  ସେପଟେ ତୁର୍କୀରେ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି ନାଟୋ । ଏହା ସହ ସଦସ୍ୟ ରାଷ୍ଟ୍ରର ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନାଟୋ ପକ୍ଷରୁ କୁହାଯାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.