ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଉ ନାହାନ୍ତି ଅଭିନେତା ଅମନ୍ ଜୈସ୍ବାଲ, ମାତ୍ର ୨୩ ବର୍ଷ ବୟସରେ ଦେହାନ୍ତ

Published By : Ankita S | January 18, 2025 8:21 AM

ମୁମ୍ବାଇ,୧୮/୧ : ଆଉ ନାହାନ୍ତି ଟେଲିଭିଜନ ଅଭିନେତା ଅମନ୍ ଜୈସ୍ବାଲ । ଟିଭି ସିରିଏଲ 'ଧରତୀପୁତ୍ର ନନ୍ଦିନୀ' ମୁଖ୍ୟ ଅଭିନେତା ଅମନ୍ ଜୈସ୍ବାଲଙ୍କ ଦେହାନ୍ତ ହୋଇଛି । ସଡକ ଦୁର୍ଘଟଣାର ଶିକାର ହୋଇ ମାତ୍ର ୨୩ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ଅମନ୍ ।

ଶୁକ୍ରବାର ମୁମ୍ବାଇ ଜୋଗେସ୍ବରୀ ୱେଷ୍ଟ ଅଞ୍ଚଳରେ ଅନମଙ୍କର ସଡକ ଦୁର୍ଘଟଣା ହୋଇଥିଲା । ତାଙ୍କ ବାଇକ୍ ଏକ ଟ୍ରକରେ ପିଟି ହୋଇଥିଲା । ପୋଲିସର ସୂଚନା ଅନୁସାରେ ରାତି ପ୍ରାୟ ୩ଟା ୧୫ ହେବ ହିଲ୍ ପାର୍କ ରାଉଣ୍ଡ ନିକଟରେ ସଡକ ଦୁର୍ଘଟଣା ହୋଇଛି । ଅମନ୍ ବାଇକ୍ ଚଲାଇ ଯାଉଥିଲେ । ଏହା ସମୟରେ ତାଙ୍କ ବାଇକକୁ ଧକ୍କା ଦେଇଥିଲା ଏକ ଟ୍ରକ ।

ଦୁର୍ଘଟଣା  ସମୟରେ ସେଠାରେ କିଛି ଲୋକ ତାଙ୍କୁ କାମା ହସ୍ପିଟାଲ ଟ୍ରମା ୱାର୍ଡରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଟ୍ରକକୁ ଜବତ କରିଛି । ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଅମ୍ବୋଲି ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି ।


ଏହା ବି ପଢନ୍ତୁ...ଅସ୍ତ୍ରୋପଚାର ପରେ ଆଇସିୟୁରେ ଭର୍ତ୍ତି ହେଲେ ସୈଫ୍, ଅଭିଯୁକ୍ତକୁ ଚିହ୍ନଟ କଲା ବାନ୍ଦ୍ରା ପୋଲିସ

ଟେଲିଭିଜନ ଅଭିନେତା ଅମନ୍ ଜୈସ୍ବାଲ ' ଧରତୀପୁତ୍ର ନନ୍ଦିନୀ' ସିରିଏଲରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ସିରିଏଲର ନିର୍ଦ୍ଦେଶକ ଧୀରଜ ମିଶ୍ରା ଅମନଙ୍କ ଦେହାନ୍ତ ହୋଇଥିବା ନେଇ ଇଣ୍ଡିଆ ଟୁଡେକୁ ସୂଚନା ଦେଇଛନ୍ତି । ଅମନଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ  'ଧରତୀପୁତ୍ର ନନ୍ଦିନୀ' ସିରିଏଲକୁ ନେଇ ରହିଥିଲା । ସେ ତାଙ୍କ ପୋଷ୍ଟରେ ସିରିଏଲ ଯାତ୍ରା ସମ୍ପର୍କରେ କହିଥିଲେ । ଉତ୍ତରପ୍ରଦେଶ ବଲିଆର ଅମନ୍ 'ଧରତୀପୁତ୍ର ନନ୍ଦିନୀ' ଟିଭି ସିରିଏଲରୁ ବେଶ୍ ପ୍ରଶଂସା ସାଉଁଟି ଥିଲେ ।  ରବି ଦୁବେ ଓ ସରଗୁନ ଦୁବେଙ୍କ  'ଉଡାରିଆ ' ସିରିଏଲରୁ ଅମନ୍ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଅମନଙ୍କ ବିୟୋଗ ଖବରରେ ଟେଲିଭିଜନ ଜଗତ ସ୍ତବ୍ଧ ହୋଇଛି । ଏହି ଦୁଃଖଦ ଖବର ମିଳିବା ପରେ ଅମନଙ୍କ ସାଥୀ କଳାକାର ଶୋକ ପ୍ରକାଶ କରିବା ସହିତ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.