ପ୍ରମୂଖ ଖବର

ଗଞ୍ଜେଇ ସହ ଟିଭିଏସ ଏକସେଲ ଗାଡି ଜବତ; ଅଭିଯୁକ୍ତ ଗିରଫ

Published By : Bijay Swain | June 1, 2025 6:37 PM

କଣ୍ଟାମାଳ, ୧/୨(ଆପ୍ର): ବୌଦ୍ଧ ଜ଼ିଲ୍ଲା ଘଣ୍ଟାପଡା ଥାନା ପୁଲିସ ଦ୍ୱାରା ଏକ ଟିଭିଏସ ଏକସେଲ ଗାଡି ସହ ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗଞ୍ଜେଇ ମାଫିଆ ଗିରଫ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। 

ସୂଚନା ମୁତାବକ, ଘଣ୍ଟାପଡା ଥାନା ସୁର୍କାଭଟା ରାସ୍ତା ଦେଇ ଘଣ୍ଟାପଡା ରାସ୍ତା ଦିଗକୁ ଆସୁଥିବା ଏକ ଟିଭିଏସ ଏକସେଲ ଗାଡିକୁ ସନ୍ଦେହରେ ସୁର୍କା ଭଟା ଗ୍ରାମ ନିକଟରେ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଗାଡ଼ିରୁ ଗଞ୍ଜେଇ ମିଳିଥିଲା l ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ଏହାର ଓଜନ ୧୧ କିଲୋ ଥିବା ଜଣାପଡିଥିଲା। 

ଘଟଣାରେ ଗିରଫ ଗଞ୍ଜେଇ ମାଫିଆ ହେଲେ ସୁବର୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଝାରତରଭା ଗ୍ରାମର ଅକ୍ଷୟ ନାଏକ (୨୬) ବୋଲି ତଦନ୍ତରୁ ଜଣା ପଡିଥିଲା l ଏନେଇ ଘଣ୍ଟାପଡା ଥାନା ଏନଡିପିଏସ କେସ ନଂ ୮୧/୨୫-୨୬ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଘଣ୍ଟାପଡା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.