ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କ୍ୟାପିଟାଲ ରିଜନ ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ, ପ୍ରଥମ ପ୍ୟାକେଜ୍‌ରେ ରାମେଶ୍ୱର-ବିଲିପଡ଼ା କାମ ପାଇଁ ଟେଣ୍ଡର ଆହ୍ୱାନ

Published By : Prameya | November 24, 2024 12:33 PM

ଭୁବନେଶ୍ୱର ୨୪/୧୧: କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍‌ ପ୍ରକଳ୍ପ କାର୍ଯ୍ୟ  ଆଉ ପାଦେ ଆଗକୁ ବଢିଛି ।  ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରଥମ ପ୍ୟାକେଜ୍‌  କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ।  ୪୦ କିମି ରାସ୍ତା ପାଇଁ ମୋଟ୍‌ ୧୭୧୫  କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାମର ସମୀକ୍ଷା କରିବା ସହ କେନ୍ଦ୍ର ସଡ଼କ ଓ  ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ  ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ପ୍ୟାକେଜ୍‌-୧ ରେ ରାମେଶ୍ୱରରୁ-ବିଲିପଡା ରାସ୍ତା ନିର୍ମାଣ ହେବ । ୬  ଲେନ୍‌ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ  ଆବଶ୍ୟକୀୟ ଜମି ଅଧିଗ୍ରହଣ ସରିଛି ।  ଟେଣ୍ଡର ଡକା ହୋଇଛି । ଏହା ଚୂଡାନ୍ତ  ହେବା ପରେ ଫେବ୍ରୁଆରୀ ମାସରୁ କାମ  ଆରମ୍ଭ ହେବ । ଯୁଦ୍ଧକାଳୀନ ଭିତ୍ତିରେ  କାମ ସାରିବାକୁ ଟାର୍ଗେଟ ରଖାଯାଇଛି ।  

ସେହିପରି ପ୍ୟାକେଜ-୨ରେ  ବିଲିପଡ଼ାରୁ ଗୋବିନ୍ଦପୁର କାମ ହେବ ।  ଏଥିପାଇଁ ମଧ୍ୟ ଆସନ୍ତା ମାସରେ ଟେଣ୍ଡର  ଡାକିବା ଯୋଜନା ରହିଛି। ଏହାପରେ  ଗୋବିନ୍ଦପୁରରୁ କଟକ ଟାଙ୍ଗୀ ତୃତୀୟ  ପ୍ୟାକେଜରେ କାମ ଆରମ୍ଭ କରିବାକୁ  ଯୋଜନା ହୋଇଛି । ତେବେ ତୃତୀୟ  ଫେଜ୍‌ ପାଇଁ ଜମି ଅଧିଗ୍ରହଣ କାମ  ସରିନି । ଭୁବନେଶ୍ୱର-କଟକ ସହର ଭିତରେ  ଏନ୍‌ଏଚ୍‌ ଯାଇଛି । ଏନ୍‌ଏଚ୍‌ ପାଇଁ  ଟ୍ରାଫିକ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ହଂସପାଳ ରାସ୍ତାରେ ଟ୍ରାଫିକ୍‌ ଭିଡ଼  ନାକେଦମ କରୁଛି । ସେହିପରି ପ୍ରତିଦିନ  ଦୁର୍ଘଟଣା ଘଟୁଛି । ପଳାଶୁଣି ନିକଟରେ ଦୁର୍ଘଟଣାରେ ମାସକ ଭିତରେ ୪ ମୁଣ୍ଡ  ଗଡିଲାଣି । ପ୍ରତିଦିନ ସହରରେ ଦୁର୍ଘଟଣା  ଘଟୁଛି ।   

ଆଗକୁ ସହର ବଢୁଛି । ଭୁବନେଶ୍ୱର  ଓ କଟକ ଜନସଂଖ୍ୟାକୁ ଦୃଷ୍ଟିରେ ରଖି  ଏହି ଏନ୍‌ଏଚ୍‌ ନିର୍ମାଣ କରାଯିବ । ଜାତୀୟ  ରାଜପଥ- ୧୬ (କ)କୁ ଖୋର୍ଦ୍ଧା ଟାଙ୍ଗିକୁ  କଟକ ଟାଙ୍ଗି ପର‌୍ୟ୍ୟନ୍ତ ସହର ବାହାରେ  ଏହି ରାସ୍ତା ନିର୍ମାଣ କରାଯାଉଛି । ଏହା  ହେଲେ ସହର ଭିତର ରାସ୍ତାରୁ ଚାପ  କମିବ । ଆନ୍ଧ୍ର ପ୍ରଦେଶରୁ କଲିକତା  ଯାଉଥିବା ବଡ଼ ବଡ଼ ଟ୍ରକ ସହର ଭିତରେ  ନ ପଶି ବାହାରେ ଯିବ । ଦୀର୍ଘଦିନ ଧରି  ଏହି ରାସ୍ତା କାମ ପାଇଁ ପ୍ରସ୍ତାବ ଥିବେ ମଧ୍ୟ କାମ ଆଗଉନଥିଲା । ରାସ୍ତା ନିର୍ମାଣକୁ  ନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ର  ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଭେଟି ଦାବି  ଜଣାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.