ମୁମ୍ୱାଇ : ଟ୍ୱିଙ୍କଲ ଖାନ୍ନା ନିଜ ପିତା ରାଜେଶ ଖାନ୍ନାଙ୍କୁ ବହୁତ ଭଲ ପାଉ ଥିଲେ। ଯେବେ ଟ୍ୱିଙ୍କଲ ଅଭିନେତ୍ରୀ ହେବାକୁ ଭାବୁଥିଲେ , ସେତେବେଳେ ରାଜେଶ ଖାନ୍ନା ତାଙ୍କୁ ସପୋର୍ଟ କରି ଥିଲେ। ଏମିତି କୁହାଯାଏ କି , ରାଜେଶ ଓ ଟ୍ୱିଙ୍କଲଙ୍କ ସଂପର୍କ ସେତେ ଭଲ ନଥିଲା। କିନ୍ତୁ ଯେବେ ନସରୁଦ୍ଦିନ ଶାହ ରାଜେଶଙ୍କୁ ନେଇ ଏକ ନେଗେଟିଭ୍‌ କମେଣ୍ଟ କରିଥିଲେ , ସେତେବେଳେ ଟ୍ୱିଙ୍କଲ ଖୋଲାଖୋଲି ଭାବେ ପିତାଙ୍କୁ ସପୋର୍ଟ କରି ନସିରୁଦ୍ଦିନଙ୍କୁ କଡ଼ା ଜବାବ ଦେଇଥିଲେ। 


ନସରୁଦ୍ଦିନ ଏକ ଇଭେଣ୍ଟରେ କହିଥିଲେ ଯେ , ୭୦ ଦଶକରେ ମଧ୍ୟମ ଧରଣର ଚଳଚ୍ଚିତ୍ର ନିର୍ମାଣ ହେଉ ଥିଲା ଏବଂ ସେହି ସମୟରେ ରାଜେଶ ଖାନ୍ନା ଇଣ୍ଡଷ୍ଟ୍ରୀ ସହ ଯୋଡ଼ି ହୋଇ ଥିଲେ। ମୋତେ ଲାଗେ କି ମିଷ୍ଟର ଖାନ୍ନା ଜଣେ ଲିମିଟେଡ୍‌ ଅଭିନେତା ଥିଲେ। ମୋ ହିସାବରେ ସେ ଖରାପ ଅଭିନେତା ଥିଲେ। 

ନସରୁଦ୍ଦିନଙ୍କ ଯେବେ ଏହି ଷ୍ଟେଟମେଣ୍ଟ ଭାଇରାଲ ହେଲା , ସେତେବେଳେ ଟ୍ୱିଙ୍କଲ ସୋସିଆଲ ମିଡ଼ିଆରେ ନିଜର ବିରକ୍ତି ପ୍ରକାଶ କରି ଲେଖି ଥିଲେ , ସାର୍‌ ଯଦି ଆପଣ କୌଣସି ଜୀବନ୍ତ ମଣିଷର ସମ୍ମାନ କରୁ ନାହାନ୍ତି ତ ଅତି କମ୍‌ରେ ଯିଏ ଏବେ ଏହି ଦୁନିଆରେ ନାହାନ୍ତି , ତାଙ୍କର ତ ଟିକେ ସମ୍ମାନ କରନ୍ତୁ ,ଯିଏ ଆପଣଙ୍କୁ ଜବାବ ଦେଇ ପାରିବେ ନାହିଁ। 

ଟ୍ୱିଙ୍କଲଙ୍କର ଉକ୍ତ ପୋଷ୍ଟ ପରେ ନସିରୁଦ୍ଦିନ କହିଥିଲେ , ମୋ କଥାରେ ଯଦି କେହି ଆଘାତ ପାଇଛନ୍ତି , ମୁଁ ତାଙ୍କୁ କ୍ଷମା ମାଗୁଛି। ମୁଁ କାହା ବିଷୟରେ ପର୍ସନାଲ କମେଣ୍ଟ କରୁ ନଥିଲି। ମୁଁ କେବଳ ଏକ ଚ୍ୟାନେଲ୍‌ ବିଷୟରେ କହୁଥିଲି। 

ଟ୍ୱିଙ୍କଲଙ୍କ ମାଆ ଡିମ୍ପଲ କହିଥିଲେ ଯେ, ରାଜେଶ ଖାନ୍ନାଙ୍କ ଠାରୁ ଅଲଗା ହେବା ପରେ ଟ୍ୱିଙ୍କଲ ଖୁବ୍‌ ଷ୍ଟ୍ରଙ୍ଗ୍‌ ରହିଥିଲେ। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ , ସେ ଜଣେ ଭଲ ପିଲା ଥିଲା।  ସେ ୭-୮ ବର୍ଷ ହୋଇଥିବ , ଯେବେ ଆମେ ଅଲଗା ହେଲୁ। କିନ୍ତୁ ସେ ଖୁବ୍ ଭଲ ଭାବେ ମୋର ଧ୍ୟାନ ରଖିଥିଲେ ଏବଂ ଚେକ୍‌ କରୁଥିଲେ ମୁଁ ଠିକ୍‌ ଅଛି କି ନାହିଁ । ତାହା ମୁଁ କେବେ ଭାବି ପାରୁ  ନଥିଲି। ସେ ମୋର ବନ୍ଧୁ ଭଳି ଥିଲେ ।