ଭୋପାଳ,୨୮/୦୫; ମଡେଲ୍ ତଥା ଅଭିନେତ୍ରୀ ଟ୍ୱିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ଆଗେଇ ଚାଲିଛି । ସ୍ୱାମୀ ସମର୍ଥ ସିଂହଙ୍କୁ ପଚରାଉଚରା ଜାରି ରହିଛି । ପୂର୍ବତନ ବିଚାରପତି ତଥା ଟ୍ୱିଶାଙ୍କ ଶାଶୂ ଗିରିବାଳା ସିଂହଙ୍କୁ ହେପାଜତରେ ଜେରା କରିବାର ଆବଶ୍ୟକତା ଦର୍ଶାଇ ସିବିଆଇ କୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛି । ଏବେ ଗିରିବାଳଙ୍କ ଉପରେ ଆରେଷ୍ଟ ଖଣ୍ଡା ଝୁଲୁଛି । ମଧ୍ୟ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିଛନ୍ତି । ହାଇକୋର୍ଟ ଆଗୁଆ ଜାମିନ ଆବେଦନ କରିବା ପରେ ମାମଲା ଏକ ନୂଆ ମୋଡ଼ ନେଇଛି । ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି ଟ୍ୱିଶାଙ୍କ ଶାଶୂ ଗିରିବାଳା ସିଂହ ।

'ଶରୀରରେ ଚିହ୍ନ ଥିଲା, ଗିରିବାଳା ଏବଂ ସମର୍ଥ ଏ ବିଷୟରେ ନୀରବ'- ଏପରି ପରିସ୍ଥିତିରେ, ପ୍ରାରମ୍ଭିକ ତଦନ୍ତ ପରେ, ସିବିଆଇ କୋର୍ଟରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲା ଏବଂ ସିଧାସଳଖ ପଚରାଉଚରା ପାଇଁ ଗିରିବାଳା ସିଂହଙ୍କୁ ହେପାଜତକୁ ନେବାକୁ ଦାବି କରିଥିଲା। ସିବିଆଇ ପ୍ରଶ୍ନ ଉଠାଇଥିଲା ଯେ ଟ୍ୱିଶାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିଲା, କିନ୍ତୁ ତାଙ୍କ ସ୍ୱାମୀ ଏବଂ ଶାଶୂ କୌଣସି ସ୍ପଷ୍ଟୀକରଣ ଦାଖଲ କରିନଥିଲେ । ଏପରି କାହିଁକି ? ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ,ଶରୀରରେ ଥିବା ଚିହ୍ନ ଲିଗେଚର ଯୋଗୁଁ ହୋଇନଥାଇପାରେ, ତେବେ ଆଘାତ କେଉଁଠାରୁ ଆସିଲା ? ଏହା ବ୍ୟତୀତ ସିବିଆଇ କହିଛି କି, ଟ୍ୱିଶାଙ୍କ ମୃତ୍ୟୁ ପରେ, ଗିରିବାଳା ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଲିକ୍ କରିଥିଲେ ଯାହାକୁ ପ୍ରମାଣ ସହିତ ହେରଫର ବୋଲି କୁହାଯାଉଛି । ଏହା ବ୍ୟତୀତ, ହ୍ୱାଟ୍ସଆପ୍ ଚାଟ୍ ସ୍ପଷ୍ଟ ଭାବରେ ସୂଚାଉଛି ଯେ, ଗିରିବାଲା ଏବଂ ସମର୍ଥ ଟ୍ୱିଶାଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ । ସେମାନେ ତାଙ୍କ ଗର୍ଭଧାରଣ ଅନ୍ୟ କାହାର ବୋଲି କହି ତାଙ୍କ ଗର୍ଭପାତ କରିବାକୁ ବାଧ୍ୟ କରୁଥିଲେ ।

ଏହା ବି ପଢନ୍ତୁ...Twisha Sharma Case : ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ଟ୍ୱିଶା, ପୋଷ୍ଟମର୍ଟମ ପରେ ପୁଲିସ କମିଶନରଙ୍କ ଖୁଲାସା  

'ଟ୍ୱିଶାର ବାପାମାଙ୍କଠାରୁ ଅନେକ ଥର ଯୌତୁକ ନିଆଯାଇଥିଲା'- ସିବିଆଇ କୋର୍ଟକୁ କହିଛି ଯେ, ମାମଲାଗୁଡ଼ିକର ବୟାନ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ବିବାହରେ ଦିଆଯାଇଥିବା ଟଙ୍କାକୁ ତାଙ୍କ ଶ୍ୱଶୁର ଘର ଲୋକେ ପର୍ଯ୍ୟାପ୍ତ ମନେ ନକରିବାରୁ ଟ୍ୱିଶାଙ୍କ ପରିବାରଠାରୁ ଅନେକ ଥର ଯୌତୁକ ନିଆଯାଇଥିଲା । ଗିରିବାଳା ସିଂହଙ୍କୁ ହାଜତରେ ଜେରା ଜରୁରୀ କାରଣ ସେ ଟ୍ୱିଶାଙ୍କ ଚରିତ୍ରକୁ କଳଙ୍କିତ କରିବାରେ କୌଣସି କସରତ ଛାଡି ନଥିଲେ । ମାତ୍ର ଗୋଟିଏ ଦିନ ପୂର୍ବରୁ, ହାଇକୋର୍ଟ ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଆଗୁଆ ଜାମିନକୁ ପ୍ରତ୍ୟାହାର କରିଦେଇଥିଲେ । ତାଙ୍କ ଆଦେଶରେ, କୋର୍ଟ କହିଥିଲେ ଯେ, ନିମ୍ନ ଅଦାଲତ ମାମଲାର ତଥ୍ୟ, ସୀକ୍ଷାଙ୍କ ବୟାନ ଏବଂ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ପର୍ଯ୍ୟାପ୍ତ ଭାବରେ ବିଚାର କରିନାହାନ୍ତି । ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରେକର୍ଡରେ ଥିବା ପ୍ରମାଣକୁ ବ୍ୟବହାର କରି ଏହି ସିଦ୍ଧାନ୍ତ ନିଆଯାଇପାରିବ ନାହିଁ ଯେ ସମଗ୍ର ମାମଲାରେ ଅଭିଯୋଗ କେବଳ ସମର୍ଥ ସିଂହଙ୍କ ପାଇଁ ସୀମିତ ।

ଏହା ବି ପଢନ୍ତୁ...Twisha Sharma Death Case: ପୁଣି ହେବ ଟ୍ୱିଶାଙ୍କ ମୃତଦେହ ବ୍ୟବଚ୍ଛେଦ, ସରେଣ୍ଡର ପୂର୍ବରୁ ବନ୍ଧା ହେଲେ ସ୍ୱାମୀ  

ଘଟଣା ପୂର୍ବରୁ ଏବଂ ପରେ ସିସିଟିଭି ଫୁଟେଜ୍ , ଟ୍ୱିଶାଙ୍କ ସ୍ୱାମୀ ସମର୍ଥଙ୍କ ପଳାୟନ ଏବଂ ପରେ ଆତ୍ମସମର୍ପଣ ତାଙ୍କ ଶାଶୂଙ୍କ ଅନେକ ଚାଞ୍ଚଲ୍ୟକର ବୟାନ ମାମଲାକୁ ଆହୁରି ତୀବ୍ର କରିଛି । ଏହି ସମୟରେ, ଆଇନଗତ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ବିତ ହୋଇଛି । ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ସହିତ, ପୀଡିତାଙ୍କ ପରିବାର ପାଇଁ ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ଆଶା ଦୃଢ ହୋଇଛି । ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କୁ ପଚରାଉଚରା ଜାରି ରହିଛି ।

 ​​​​​​​