ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଟ୍ୱିଟରର ନୀଳ ପକ୍ଷୀକୁ ମିଳିଲେ ନୂଆ ମାଲିକ, କେତେ ଟଙ୍କାରେ ହେଲା ଡିଲ୍ ?

Published By : Tapas Panda | March 22, 2025 7:40 PM

ନୂଆଦିଲ୍ଲୀ:  ଏବେ ବି ଅନେକ ଲୋକ ଟ୍ୱିଟରକୁ ନୀଳ ପକ୍ଷୀ ନାମରେ ଜାଣନ୍ତି। କିନ୍ତୁ ଯେବେଠାରୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଲନ ମସ୍କ କିଣି ନେଇଛନ୍ତି, ସେବେଠାରୁ ସେ ଏଥିରେ ଅନେକ ବଡ଼ ପରିବର୍ତ୍ତନ କରିଛନ୍ତି। ମସ୍କ ଟ୍ୱିଟରର ନାମ ଏବଂ କର୍ମଚାରୀ ଉଭୟକୁ ପରିବର୍ତ୍ତନ କରି ଦେଇଛନ୍ତି । ଏହାର ନାମ X କୁ ପରିବର୍ତ୍ତନ କରାଯାଇଛି । ଏହା ସହ ଏବେ ଟ୍ୱିଟରର ପୁରୁଣା ‘ନୀଳ ପକ୍ଷୀ’ ଲୋଗୋ ନିଲାମ ହୋଇଛି । 

ନୀଳ ପକ୍ଷୀଟି ୩୪ ହଜାର ୩୭୫ ଡଲାର (ପ୍ରାୟ ୩୦ ଲକ୍ଷ ଟଙ୍କା) ରେ ନିଲାମ ହୋଇଛି । ଏହି ନୀଳ ପକ୍ଷୀର ଓଜନ ପ୍ରାୟ ୨୫୪ କିଲୋଗ୍ରାମ । ଏହା ଏକ ୧୨ ଫୁଟ ଲମ୍ବ ଏବଂ ୯ ଫୁଟ ଚଉଡା ପ୍ରତିମୂର୍ତ୍ତି । ବର୍ତ୍ତମାନ ଏହି ପକ୍ଷୀର କ୍ରେତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ ।

ନୀଳ ପକ୍ଷୀର ନିଲାମ ବ୍ୟତୀତ, ଏକ ଆପଲ୍-୧ କମ୍ପ୍ୟୁଟର ପ୍ରାୟ ୩.୨୨ କୋଟି ଟଙ୍କା (୩.୭୫ ଲକ୍ଷ ଡଲାର) ରେ ନିଲାମ ହୋଇଛି ।  ଷ୍ଟିଭ ଜବସ୍‌ଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଆପଲ୍ ଚେକ୍ ପ୍ରାୟ ୯୬.୩ ଲକ୍ଷ ଟଙ୍କା (୧,୧୨,୦୫୪ ଡଲାର) ରେ ନିଲାମ ହୋଇଛି ।

ଟ୍ବିଟରର ବ୍ଲୁ ବାର୍ଡ ଲୋଗୋ ଆଉ ମାଇକ୍ରୋ-ବ୍ଲଗିଂ ୱେବସାଇଟ୍ X ର ଏକ ଅଂଶ ନୁହେଁ । ଏଲନ ମସ୍କ ୨୦୨୨ରେ ଟ୍ୱିଟର ଦଖଲ କରିଥିଲେ। ଏହାକୁ ପ୍ରାୟ ୩୩୬୮ ବିଲିୟନ ଟଙ୍କା (୪୪ବିଲିୟନ ଡଲାର) ରେ କିଣିଥିଲେ ମସ୍କ । ଯେତେବେଳେ ଏହି ଚୁକ୍ତି ହୋଇଥିଲା, ସେତେବେଳେ ଏଲନ ମସ୍କ କହିଥିଲେ ଯେ, ଗଣତନ୍ତ୍ର ବଜାୟ ରଖିବା ପାଇଁ ବାକ୍ ସ୍ୱାଧୀନତା ଆବଶ୍ୟକ । ମସ୍କ ନୂତନ ବୈଶିଷ୍ଟ୍ୟ ଏବଂ ଉନ୍ନତି ସହିତ ଟ୍ୱିଟରକୁ ସର୍ବୋତ୍ତମ ସ୍ଥାନରେ ରଖିବାକୁ ଚାହୁଁଥିଲେ। ମସ୍କ ଏହି ପ୍ଲାଟଫର୍ମରେ ମଧ୍ୟ ଅନେକ ପରିବର୍ତ୍ତନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.