ଝରିଗାଁ, ୧୨।୩: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଳକ ବେଲଗାଁ ପଞ୍ଚାୟତର ମହଣ୍ଡି ଗ୍ରାମରେ । ସୂଚନାନୁସାରେ, ମହଣ୍ଡି ଗ୍ରାମର ୫୦ ବର୍ଷୀୟ ପଲସ ରାମ ଗୌଡ଼ ଗୁରୁବାର ଭୋରୁ ମହୁଲ ସଂଗ୍ରହ ପାଇଁ ଜମିକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଦୁଇଟା ଭାଲୁ ପଲସ ରାମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପଲସ ରାମ ଚିତ୍କାର କରିବାରୁ ଆଖପାଖ ମହୁଲ ଗଛରେ ଥିବା ଲୋକେ ଦୌଡ଼ି ଆସି ଲହୁଲୋହାଣ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପଲସ ରାମଙ୍କ ଜଙ୍ଘ ଓ ଅଣ୍ଟା ତଳେ କ୍ଷତାକ୍ତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ପଲସ ରାମଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ... ଖାଉଟିଙ୍କ ପକେଟ୍ ମାରୁଛନ୍ତି ଅସାଧୁ ବ୍ୟବସାୟୀ, ଡିପୋରେ ବଢ଼ିଲା ଖାଇବା ତେଲ ଦର