ବାସୁଦେବପୁର,୦୧/୦୯: ବାସୁଦେବପୁର ଥାନା ବେକମୁଡି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। 

ସୂଚନା ମୁତାବକ, ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ପଡିବା ସହିତ ଜଣକର ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣକ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡିଥିଲେ। 

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଯାଇଥିଲେ। ଏଠାରେ ଜଣକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣକୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ଏହି ଦୁଇ ଜଣକ ମଧ୍ୟରେ ମୃତକ ହେଲେ କିଆପଡା ଅଂଚଳର ଦୋଳଗୋବିନ୍ଦ ଦାସ ଓ ଆହତ ହେଲେ ଅଣ୍ଡରାଇ ଅଂଚଳର ଗଦାଧର ମଳିକ ବୋଲି ଜଣାପଡିଛି।