ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର

Published By : Harapriya Sethi | April 23, 2025 8:22 AM

ଫିରିଙ୍ଗିଆ,୨୩/୦୪: ମଙ୍ଗଳବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କାମଟଣା ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ମୃତକ ଗୋଛାପଡା ଥାନା ବାଲାନ୍ଦାପଡା ବଟାବାହାଲି ଗାଁର ଧନଞ୍ଜୟ ଦିଗାଲଙ୍କ ପୁଅ ଜିତନ ଦିଗାଲ(୨୧) ବୋଲି ଜଣାପଡ଼ିଛି । ଗୁରୁତର ଆହତ ଜଣକ ସେହି ବାଳନ୍ଦାପଡା ପଞ୍ଚାୟତ ଅଧୀନରେ ଥିବା ବାଘପଦର ଗାଁର ଯୋଗେଶ୍ୱର କହଁର ବୋଲି ଜଣାପଡି ଥିବା ବେଳେ ତାଙ୍କୁ ଫୁଲବାଣୀରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଜିତନ ଦିଗାଲଙ୍କ ସହ ଅନ୍ୟଜଣେ ଯୁବକ ଏକ ବାଇକ୍‌ରେ କ୍ରାଣ୍ଡିବାଲି ଗାଁରୁ ଭୋଜି ଖାଇ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଗୋଛାପଡା ଠାରୁ ବାଲନ୍ଦାପଡା ଯାଇଥିବା ମୁଖ୍ୟ ରାସ୍ତାର କାମଟଣା ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଟି ବାଇକ୍‌ର ଚାରିଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସରେ ସମସ୍ତଙ୍କୁ ପ୍ରଥମେ ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଜିତନ ଦିଗାଲଙ୍କ ମୃତ୍ୟ ହୋଇଥିଲା । ଏହି ଘଟଣା ସମ୍ପର୍କରେ ତେବେ ଖବର ପାଇ ଗୋଛାପଡା ପୋଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜୁ କରିଛି । ଏହା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଦେଇ ଅଧିକ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.