କଟକ ୧୧। ୬: ମହାନଦୀ ପଠା କଟକ ଇନ କଟକ ପାଖରୁ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି। ଗିରଫଦାରୀ ସମୟରେ ପୁଲିସ ଅଭିଯୁକ୍ତ ଦ୍ଵୟଙ୍କ ଠାରୁ ୮ ଗ୍ରାମ ବ୍ରାଉନସୁଗର,ଗୋଟିଏ ବାଇକ, ୨ଟି ମୋବାଇଲ ଫୋନ ଏବଂ ୨ ହଜାର ୯୫୦ ଟଙ୍କା ଜବତ କରିଛି। ଜବତ ବ୍ରାଉସୁଗରର ମୂଲ୍ୟ ୫୦ ହଜାର ଟଙ୍କା ହେବ । ତେବେ ଏହି ବେଆଇନ ନିଶା କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପାଟେଣି ଗାଁ ଅଞ୍ଚଳର ଜ୍ଞାନରଞ୍ଜନ ମୁଦୁଲି (୨୩)। ଗିରଫ ଅଭିଯୁକ୍ତ ଦ୍ୱୟ ଦୀର୍ଘଦିନ ହେଲା କଟକ ସହରରେ ବେପାର କରି ଆସୁଥିଲେ ବୋଲି ପୁଲିସ କହିଛି ।

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...