ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ନୀଳଗିରି ବିଜେଡିକୁ ଝଟକା; ବିଜେପିରେ ସାମିଲ ହେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟ

Published By : Anindita Ratha | June 29, 2025 1:54 PM

ନୀଳଗିରି,୨୯/୦୬: ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେଡିକୁ ଲାଗିଲା ଝଟକା। ବିଜେଡି ଛାଡିଲେ ବିଜେପିରେ ସାମିଲ ହେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟ ଓ ଶତାଧିକ ବିଜେଡି କର୍ମୀ ।  ନୀଳଗିରି ୧୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ଓ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଥଲେ।

ତେବେ ଦଳରେ ମାନସ ମନ୍ଥନ ଚାଲିଥିବା ବେଳେ ନୀଳଗିରିରେ ଏହି ଦୁଇ ଜିଲ୍ଲାପରିଷଦଙ୍କ ସମେତ ମଛୁଆ ପଞ୍ଚାୟତର ସରପଞ୍ଚ ବାବୁଲା ସିଂ ଓ ୪ଜଣ ୱାର୍ଡ ସଭ୍ୟ,ଶତାଧିକ ବିଜେଡି ନେତା ଓ କର୍ମୀ ଆଜି ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି। ଆଜି ନୀଳଗିରିଠାରେ ଆୟୋଜିତ ଏକ ମହା ମିଶ୍ରଣ ପର୍ବରେ କ୍ରୀଡା ଓ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ,ଜିଲ୍ଲା ସଭାପତି ଈଶ୍ୱର ବେହେରା ଓ ଆଗଧାଡ଼ିର ବିଜେପି ନେତା ଉପସ୍ଥିତ ଥିଲେ। ଦୁଇ ଜିଲ୍ଲାପରିଷଦ ତଥା ମଛୁଆ ପଞ୍ଚାୟତର ସରପଞ୍ଚ,୪ଜଣ ୱାର୍ଡସଭ୍ୟଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ତେବେ ବିଜେଡିରେ ଅଣଦେଖା ଓ ବିଜେପି ଦଳରେ ନୀତି ଆଦର୍ଶ ପାଇଁ ମିଶିବା ପରେ ଦୁଇ ଜିଲ୍ଲା ପରିଷଦ କହିଛନ୍ତି। ସେପଟେ ନୀଳଗିରିରେ ବିଜେପି ଦଳ ଆଜି ଆହୁରି ଶକ୍ତିଶାଳୀ ହେଲା ବୋଲି ମନ୍ତ୍ରୀ ଓ ବିଧାୟକ ଉଭୟ କହିଛନ୍ତି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.