ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୋଟିଏ ଦିନରେ ଦୁଇଟି ପରୀକ୍ଷା; ଏପ୍ରିଲ୍‌ ୨୨ରେ ଓଏଏସ୍‌ ମୁଖ୍ୟ ଏବଂ ରେଳବାଇ ଜେଇ ପରୀକ୍ଷା

Published By : Soubhagya Ranjan | March 31, 2025 10:26 PM

ଫାଇଲ ଫଟୋ

କଟକ,୩୧/୦୧: ଗୋଟିଏ ତାରିଖରେ ହେବ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ସ୍ଥିତି ଏମିତି ଯେ, ମେଧାବୀ ଆଶାୟୀ ପ୍ରାର୍ଥୀମାନଙ୍କୁ ବାଧ୍ୟ ହୋଇ ଗୋଟିଏ ପରୀକ୍ଷା ଛାଡ଼ିବାକୁ ପଡ଼ିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୩ର ମୁଖ୍ୟ ପରୀକ୍ଷା ଏପ୍ରିଲ୍‌ ୨୨ ତାରିଖରେ ହେଉବାକୁ ଥିବା ବେଳେ ଠିକ୍‌ ସେହି ଦିନ ରେଳବାଇ ପକ୍ଷରୁ କନିଷ୍ଠ ଇଞ୍ଜିନିୟର(ଜେଇ) ପଦ ଲାଗି ପରୀକ୍ଷା ଅନୁଷ୍ଠିତ ହେବ। 

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରେଳବାଇ ପକ୍ଷରୁ ପୂର୍ବ ସୂଚୀରେ ପରିବର୍ତ୍ତନ କରାଯାଇ ୨୨ ତାରିଖରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ନିଷ୍ପତ୍ତିକୁ ନେଇ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୁଇ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ମେଧାବୀ ପରୀକ୍ଷାର୍ଥୀମାନେ ଏହା ଦ୍ୱାରା ବିପୁଳ ମାତ୍ରାରେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କୁ ଦୁଇଟି ପରୀକ୍ଷାରୁ ଗୋଟିଏକୁ ବାଛିବାକୁ ପଡ଼ିପାରେ। ତେଣୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ ନହେଲେ ଆଶାୟୀ ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍‌ ସର୍ଭିସ ମୁଖ୍ୟ ପରୀକ୍ଷା-୨୦୨୩ ପାଇଁ ଗତ ମାର୍ଚ୍ଚ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ପରୀକ୍ଷା ଆସନ୍ତା ଏପ୍ରିଲ୍‌ ୧୯ରୁ ଏପ୍ରିଲ ୨୭ ମଧ୍ୟରେ କରାଯିବ ବୋଲି ଦିନ ଧାର୍ଯ୍ୟ ହୋଇଛି । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । କିନ୍ତୁ କନିଷ୍ଠ ଇଞ୍ଜିନିୟର (ଜେଇ) ପଦ ଲାଗି ପରୀକ୍ଷା ପରିଚାଳନା କରୁଥିବା ରେଳବାଇ ନିଯୁକ୍ତି ପରିଷଦ (ଆର୍‌ଆରବି) ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଗତ ଫେବ୍ରୁଆରୀ ୧୮ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଏପ୍ରିଲ୍‌ ୧୯ ଏବଂ ୨୦ତାରିଖ ଦୁଇଦିନ ଧରି କରାଯିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ହଠାତ୍‌ ବିନା କୌଣସି କାରଣରେ ଏହି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । 

ଏହି ପରୀକ୍ଷା ଆସନ୍ତା ଏପ୍ରିଲ ୨୨ ତାରିଖରେ କରାଯିବ ବୋଲି ସାନି ବିଜ୍ଞପ୍ତି ଜାରି ହୋଇଛି । ଏହାଦ୍ୱାରା ଯେଉଁମାନେ ଉଭୟ ରେଳବାଇ ଏବଂ ଓଏଏସ୍‌ ପରୀକ୍ଷାରେ ପ୍ରାଥମିକ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ପାଇଁ ବଡ଼ ସମସ୍ୟା ଦେଖାଦେଇଛି । ଏଭଳି କରିବା ଦ୍ୱାରା ରେଳବାଇ କର୍ତ୍ତୃପକ୍ଷ ଜାଣିଶୁଣି କନିଷ୍ଠ ଇଞ୍ଜିନିୟର ପଦରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ହ୍ରାସ ଲାଗି ଏକ ଭିତିରିଆ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କିଛି ଆଶାୟୀ ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ଯଦି ରେଳବାଇ କର୍ତ୍ତୃପକ୍ଷ ଏହି ସମୟରେ ପରିବର୍ତ୍ତନ ନକରନ୍ତି ତାହେଲେ ବାଧ୍ୟହୋଇ ଆଶାୟୀ ପ୍ରାର୍ଥୀମାନେ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.