ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ରାସ୍ତାରେ ଭିଡ଼ ଜମାଇ ଡାନ୍ସ କରୁଥିଲେ ଦୁଇ ଜର୍ମାନୀ କଣ୍ଟେଣ୍ଟ କ୍ରିଏଟର; ଉଠାଇନେଲା ବେଙ୍ଗାଲୁରୁ ପୋଲିସ

Published By : Soubhagya Ranjan | July 31, 2025 5:10 PM

ନୂଆଦିଲ୍ଲୀ,୩୧/୦୭: ଜର୍ମାନର ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର୍‌ ନୋଏଲ ରବିନସନ ସମେତ ତାଙ୍କର ଜଣେ ବନ୍ଧୁଙ୍କୁ ଅଟକ ରଖିଛି ବେଙ୍ଗାଲୁରୁ ପୁଲିସ। ନୋଏଲ୍‌ ତାଙ୍କର ଅପ୍ରତ୍ୟାଶିତ ଡାନ୍ସ ଭିଡିଓ ପାଇଁ ବେଶ୍‌ ଜଣାଶୁଣା। ତେବେ ବେଙ୍ଗାଲୁରୁର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଦୁଇ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର୍ସ ତାଙ୍କ ଡାନ୍ସ ପ୍ରଦର୍ଶନ ଦେଖାଇ ଭିଡ଼ିଓ କରୁଥିବା ବେଳେ ପ୍ରବଳ ଭିଡ଼ ଜମିଥିଲା। ଯାତାୟତ ବାଧାପ୍ରାପ୍ତ ହେବା କାରଣରୁ ଉଭୟଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି।

ଇନଷ୍ଟାଗ୍ରାମରେ ୧.୧ କୋଟିରୁ ଅଧିକ ଫଲୋଅର୍ସ ‌ଥିବା ଏହି କଣ୍ଟେଣ୍ଟ କ୍ରିଏଟର ଇଣ୍ଟରନେଟରେ ତାଙ୍କର ଅଚାନକ ଡାନ୍ସ ଭିଡିଓ ପାଇଁ ବେଶ ପ୍ରସିଦ୍ଧ, ସେ ତାଙ୍କର ଲୁକାୟୀତ ପ୍ରତିଭାର ପରିପ୍ରକାଶ କରି ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ସେ ବୁଧବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ ବେଙ୍ଗାଲୁରୁରେ ୧୫ ମିନିଟ୍ ପାଇଁ ଅଟକ ରଖାଯାଇଥିଲା ଏବଂ ମୁକ୍ତ ହେବା ପୂର୍ବରୁ ଜରିମାନା ଲାଗୁ କରାଯାଇଥିଲା।

ସେ ବୁଧବାର ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଭିଡିଓ କ୍ୟାପସନ୍‌ରେ ଲେଖିଥିଲେ ଯେ, "ମତେ ପ୍ରଥମଥର ପାଇଁ ପୋଲିସ ଷ୍ଟେସନକୁ ନିଆଯାଇଥିଲ !! ମୁଁ ଭୟ କରିଥିଲି ଯେ ସେମାନେ ମୋତେ ଜେଲ ପଠାଇଦେବେ କିନ୍ତୁ ଭାଗ୍ୟବଶତଃ ସବୁକିଛି ଠିକ୍ ଥିଲା! ମୁଁ ସୁରକ୍ଷିତ ଏବଂ ମୁଁ ଭାରତକୁ ଭଲପାଏ !!" ଭିଡିଓରେ ସେ ବ୍ୟାଖ୍ୟା କରିଥିଲେ ଯେ ବେଙ୍ଗାଲୁରୁ ପୋଲିସ ତାଙ୍କୁ ଅଟକ ରଖିଛି କାରଣ ସେ ବୈଧ ଅନୁମତି ବିନା ରାସ୍ତାରେ ଡାନ୍ସ ପ୍ରଦର୍ଶନ କରି ଅଧିକ ଲୋକଙ୍କ ଆକର୍ଷଣ ପାଲଟିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ୨ ଡଲାର ଜରିମାନା ଦେବା ପରେ ତାଙ୍କୁ ପୋଲିସ ଷ୍ଟେସନରୁ ଛାଡ଼ି ଦିଆଯାଇଥିଲା।

ରବିନସନ ତାଙ୍କର ଷ୍ଟ୍ରିଟ୍ ଡ୍ୟାନ୍ସ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇର ଜଣେ ପୋଲିସ କର୍ମଚାରୀଙ୍କ ସହ ତାଙ୍କର ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବୁଧବାର ଦିନ ବେଙ୍ଗାଲୁରୁର ଚର୍ଚ୍ଚ ଷ୍ଟ୍ରିଟରେ ଏହି ଇଣ୍ଟରନେଟ୍ ସେଲିବ୍ରିଟିଙ୍କୁ ଭେଟିବା ପାଇଁ ଏକ ବିରାଟ ଭିଡ଼ ଜମା ହୋଇଥିଲା। ପରେ ଆଉ ଜଣେ ଜର୍ମାନ କଣ୍ଟେଣ୍ଟ କ୍ରିଏଟର୍‌ ୟୁନେସ୍ ଜାରୋ ମଧ୍ୟ ବେଙ୍ଗାଲୁରୁ ପୋଲିସ ସହିତ ଏକ ଛୋଟ ଝଗଡ଼ାର ସମ୍ମୁଖୀନ ହୋଇଥିଲେ।

ଜାରୋ ଇନଷ୍ଟାଗ୍ରାମରେ ପୂର୍ବରୁ ଏକ ପୋଷ୍ଟ କରି କହିଥିଲେ ଯେ,' ଚର୍ଚ୍ଚ ଷ୍ଟ୍ରିଟ୍... ଆମେ ଆସୁଛୁ।" ପୋଷ୍ଟଟି ଭାଇରାଲ ହୋଇଥିଲା ଏବଂ ତାଙ୍କ ଆସିବାକୁ ନେଇ ମଧ୍ୟ ଅନେକ ଫଲୋଅର୍ସ ତାଙ୍କୁ ଅପେକ୍ଷା କରିଥିଲେ। ଡାନ୍ସ ପ୍ରଦର୍ଶନ ସମୟରେ ଅଧିକ ଜନସମାଗମ ହୋଇଥିଲା। ଇନଷ୍ଟାଗ୍ରାମରେ ୨ କୋଟିରୁ ଅଧିକ ଫଲୋଅର୍ସ ଥିବା ୟୁନେସ୍ ଜାରୋ ତାଙ୍କର ଆକର୍ଷଣୀୟ ଇଲ୍ୟୁଜନ ଭିଡିଓ ଏବଂ ସାର୍ବଜନୀନ ଷ୍ଟଣ୍ଟ ପାଇଁ ପ୍ରସିଦ୍ଧ। ଜର୍ମାନୀର ଏହି କଣ୍ଟେଣ୍ଟ କ୍ରିଏଟର ଜଣଙ୍କ ସେୟାର କରିଥିବା ତାଙ୍କ ଇନଷ୍ଟା ଭିଡିଓରେ ଦେଖିବାକୁ ମିଳିଛି ଯେ, ଭିଡ଼ ଭିତରେ ଡାନ୍ସ ପ୍ରଦର୍ଶନ କରୁଥିବା ବେଳେ, ପୋଲିସ ଆସି ତାଙ୍କୁ ଗାଡ଼ିରେ ବସାଇ ନେଉଯାଉଛି। କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନର ପୋଲିସ ଏନେଇ ବିବୃତ୍ତି ଦେଇଛି ଯେ, କୌଣସି ଆୟୋଜନ କିମ୍ବା ସମାଗମରେ ଯଦି ଏତେ ବଡ଼ ସଂଖ୍ୟାରେ ଲୋକ ଆସନ୍ତି, ତେବେ ସେନଇ ପୂର୍ବରୁ ଅନୁମତି ନିଆଯିବା ଆବଶ୍ୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.