ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୁପ୍ରିମକୋର୍ଟରେ ପଶି ଦୁଇ ଜଜ୍‌ଙ୍କୁ ଗୁଳି କରି ମାରିଲା ଦୁର୍ବୁତ୍ତ, ଧରାପଡ଼ିବା ପୂର୍ବରୁ ଆତ୍ମହତ୍ୟା କଲା

Published By : Tapas Panda | January 18, 2025 6:05 PM

ତେହେରାନ୍: ମୁସଲିମ୍‌ ଦେଶ ଇରାନ୍‌ରେ ଭୟଙ୍କର ଆକ୍ରମଣ । ଶନିବାର ତେହେରାନ୍‌ ସ୍ଥିତ ସୁପ୍ରିମକୋର୍ଟର ଦୁଇ ଜଜ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଜଜ୍‌ ଆହତ ହୋଇଥିବା ନେଇ ସରକାରୀ ଗଣମାଧ୍ୟମ ମିଜାନ୍‌ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଜଜମାନଙ୍କ ଉପରକୁ ଗୁଳିମାଡ଼ କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । 

ତେବେ ମୃତକ ହେଉଛନ୍ତି,  ହୋଜାତ ଅଲ-ଇସ୍ଲାମ ଏବଂ ହୋଜାତ ଅଲ୍‌ ଓ୍ବାଲମୁସ୍ଲିମିନ ମୋକିସେ । ସୁପ୍ରିକୋର୍ଟର ଦୁଇଟି ଭିନ୍ନ ଶାଖାର ଏହି ଦୁଇ ଜଜ୍ ମୁଖ୍ୟ ଥିଲେ । ସେମାନେ ଦେଶରେ ଆତଙ୍କବାଦ ଏବଂ ବିଭିନ୍ନ ଅପରାଧକୁ କମ୍‌ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟର ମୁଖାପାତ୍ରଙ୍କ ଅନୁସାରେ, ଜଣେ ବନ୍ଧୁକଧାରୀ ଦୁଇ ଜଜ୍‌ଙ୍କ ରୁମ୍‌ ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲା । ତେବେ ଆକ୍ରମଣକାରୀର ପରିଚୟ ଏବଂ ଜଜଙ୍କୁ ହତ୍ୟା କରିବାର କାରଣ ସଂପର୍କରେ ଜଣାପଡ଼ି ନାହିଁ । 

ସେପଟେ ଆକ୍ରମଣକାରୀର କୌଣସି ମାମଲା କୋର୍ଟରେ ନାହିଁ ଏବଂ ସେ କୋର୍ଟକୁ ବୁଲିବାକୁ ଆସିନଥିଲା । ତେହେରାନ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୁଳିମାଡ଼ରେ ଜଣେ ବଡିଗାର୍ଡ ମଧ୍ୟ ଗୁରୁତର ହୋଇଛନ୍ତି । ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।  ଏହା ପୂର୍ବରୁ ୧୯୯୮ରେ ଇରାନ୍‌ ସୁପ୍ରିମକୋର୍ଟର ଜଜ୍‌ ରାଜିନିଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.