ନୂଆଦିଲ୍ଲୀ,୧୨/୨ : ହତ୍ୟା ଅଭିଯୋଗରେ ୨୧ ବର୍ଷୀୟ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୁଲିସ । ସ୍ତ୍ରୀର ଗର୍ଭପାତ ହେଲା ବୋଲି ଦୁଇଜଣଙ୍କ ବଳି ଚଢ଼ାଇ ଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ସିଙ୍ଗାରୋଲି ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଖବର । ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ରରୁ ଅନୁମାନ କରାଯାଉଛି କି, ସେ ବଳି ଚଢ଼ାଇଛନ୍ତି । ପୁଲିସ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ସନ୍ଦିଗ୍ଧ ଯୁବକ ଜଣକ ଦୁଇଜଣଙ୍କୁ ନିଜ ଘରକୁ ଖାଇବା ପାଇଁ ଡାକିଥିଲା । ନିମନ୍ତ୍ରଣ ପାଇ ଫୁଲ କୁମାରୀ ଗୋଣ୍ଡା ଏବଂ କମଲ ନାରାୟଣ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ଭୋର ୪ଟା ସମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପ୍ରତିବାଦ କରିଥିଲେ । ସେମାନଙ୍କୁ ମଧ୍ୟ ସନ୍ଦିଗ୍ଧ ଯୁବକ ଜଣକ ଆକ୍ରମଣ କରିଥିଲେ । ତେବେ ପୁଲିସ ଖବର ପାଇ ସେମାନଙ୍କୁ ଅଟକ ଅଟକ ରଖିଛି । ସେପଟେ ମୃତଦେହକୁ ଉଦ୍ଦାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।

ସେପଟେ ଗାଁ ଲୋକଙ୍କ କହିବା ଅନୁସାରେ କିଛି ମାସ ପୂର୍ବରୁ ସନ୍ଦିଗ୍ଧ ଯୁବକଙ୍କ ପତ୍ନୀଙ୍କ ଗର୍ଭପାତ ହୋଇଥିଲା । ସେ ଯେଉଁମାନଙ୍କ ବଳି ଚଢ଼ାଇଥିବା କୁହାଯାଉଛି ସେମାନଙ୍କୁ ଦାୟୀ କରିଛନ୍ତି । ଯେଉଁ କାରଣରୁ ଘରକୁ ଖାଇବା ପାଇଁ ଡାକି ବଳି ଚଢ଼ାଇଥିବା କୁହାଯାଉଛି । ଅନ୍ଧବିଶ୍ବାସ ଆଜି ମଧ୍ୟ ସମାଜରେ ରହିଥିବାବେଳେ ଅକାଳରେ ଦୁଇଜଣଙ୍କ ହତ୍ୟା କରାଯିବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାସହ ପଢ଼ନ୍ତୁ : ସୂର୍ଯ୍ୟ ଦେଖୁଥିଲେ ନୋରାଙ୍କ ଡ୍ୟାନ୍ସ,, ଦେବିକା ଉଠାଇଲେ ଭିଡିଓ : ଦେଖନ୍ତୁ ରିଆକ୍ସନ...