ଡେଲାଙ୍ଗ,୨୪/୦୬: ଡେଲାଙ୍ଗ ଅଞ୍ଚଳରେ ଦୁଇ ଜଣ ନାବାଳିକା ନିଖୋଜ  ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗତ ଶୁକ୍ରବାର  ଦୁଇ ନାବାଳିକା ସାଇକେଲ୍‌ ଯୋଗେ ଡେଲାଙ୍ଗ ଷ୍ଟେସନ ବଜାରକୁ ଆସି ଆଉ  ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ବଜାର ନିକଟରୁ ସାଇକେଲ୍‌ ମିଳିଥିଲା । ହେଲେ ଉଭୟଙ୍କ କୌଣସି ସନ୍ଧାନ ନ ମିଳିବାରୁ ତାଙ୍କ ମା' ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଇତିମଧ୍ୟରେ ୪ଦିନ ବିତି ଯାଇଥିଲେ  ସୁଦ୍ଧା କୌଣସି ପତ୍ତା ମିଳୁ ନଥିବାରୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।