ଭୁବନେଶ୍ୱର,୨୫/୧୦: ନବମ ଶ୍ରେଣୀରେ ପଢୁଥିବା ଦୁଇ ଜଣ  ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଅପହରଣ  କଲେ । ପରେ ଗଞ୍ଜାମ ଜିଲ୍ଳା ଭଞ୍ଜନଗରରେ ଦୁଷ୍କର୍ମ କଲେ । ମୁହଁ  ଖୋଲିଲେ ହତ୍ୟା କରିଦେବେ ବୋଲି  ଧମକ ଦେଲେ । ଏମିତି କାଣ୍ଡ କରିଥିବା  ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ୍‌ । ଅଭିଯୁକ୍ତମାନେ ହେଲେ  ଭଞ୍ଜନଗରର ଅଜୟ ନାୟକ ଓ ପ୍ରଧାନ  ଓରଫ ଆଲୋକ । ଏମାନଙ୍କ କବଳରୁ ୨ ନାବାଳିକାଙ୍କୁ ପୁଲିସ୍‌ ଉଦ୍ଧାର କରିବା  ସହ ଏକ କାର୍‌ ଜବତ କରିଛି ।  

ଭରତପୁର ଥାନା ଶାମପୁରରେ ଅଜୟ ଓ ପୋଖରୀପୁଟରେ ଡ୍ରାଇଭର ଆଲୋକ ରହୁଥିଲା । ଅଜୟ ଭରତପୁର ଶଙ୍କରେଶ୍ୱର ନଗରର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଜାଣିଥିଲେ। ୨ଦିନ  ତଳେ ତାଙ୍କୁ ଭଞ୍ଜନଗର ବୁଲାଇ ନେବେ ବୋଲି କହିଥିଲେ । ଅଜୟର କଥାରେ  ଛାତ୍ରୀ ଜଣଙ୍କ ରାଜି ହୋଇନଥିଲେ । ଅଜୟ ଭଞ୍ଜନଗର ପଳାଇଥିଲେ ।  ବୁଧବାର ସହଯୋଗୀ ଆଲୋକକୁ  କହିଥିଲେ ଉକ୍ତ ଛାତ୍ରୀଙ୍କୁ ନେଇ ଭଞ୍ଜନଗର ଆସିବାକୁ । ଆଲୋକ ଉକ୍ତ  ଛାତ୍ରୀଙ୍କୁ ବୁଲି ଯିବାକୁ କହିଥିଲେ । ହେଲେ ସେ ରାଜି ହୋଇଥିଲେ । ୨  ନାବାଳିକା ଛାତ୍ରୀ ବଜାର ଯାଉଥିବା  ବେଳେ ଆଲୋକ ଘରେ ଛାଡ଼ିଦେବାକୁ  କହି କାର୍‌ରେ ବସାଇଥିଲେ । ତା’ପରେ  ବିଭିନ୍ନ ବାହାନା କରି ଭଞ୍ଜନଗର ନେଇ  ଯାଇଥିଲେ । ସେଠାରେ ଆଲୋକ ଓ  ଅଜୟ ଜଣ ମିଶି ୨ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ଏ ବିଷୟରେ ଯଦି କାହାକୁ  କହିବ ତା’ହେଲେ ଭିଡିଓ ଭାଇରାଲ୍‌  କରି ଦେବୁ ବୋଲି ଧମକ ଦେଇଥିଲେ ।  ଏହା ଶୁଣି ସେମାନେ ଡରି ଯାଇଥିଲେ ।  ଏପଟେ ଘର ଲୋକ ଛାତ୍ରୀଙ୍କୁ ନ ପାଇ  ଥାନାରେ ଅଭିଯୋଗ କରିଥିଲେ ।  ପୁଲିସ୍‌ ଅପହରଣ ମାମଲା ରୁଜୁ କରି  ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ୨ ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍‌ ଡାକ୍ତରମାଇନା କରାଇ କୋର୍ଟ ଚାଲାଣ କରିଛି ।