ପ୍ରମୂଖ ଖବର
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ

Published By : Suraj Kumar | June 19, 2025 4:20 PM

ବାସୁଦେବପୁର,୧୯।୬ : ବାସୁଦେବପୁର ବ୍ଲକ କିସ୍ମତକୃଷ୍ଣପୁର ଗ୍ରାମରେ ଅଘଟଣ। ପୋଖରୀ ପଡି ଦୁଇ   ଭଉଣୀଙ୍କ ମୃତ୍ୟୁ । ମୃତ ୨ ଭଉଣୀ ହେଲେ ଚାନ୍ଦବାଲି ବ୍ଲକ କାରଣପଲ୍ଲୀ ଗ୍ରାମର ରତନ ମଣ୍ଡଳଙ୍କ ୫ ବର୍ଷର ଝିଅ ଚାନ୍ଦିନୀ ଓ ୪ବର୍ଷର ଝିଅ ନନ୍ଦିନୀ । 

ରତନ ତାର ଦୁଇ ଝିଅ ସହିତ ସ୍ତ୍ରୀ କୁ ଧରି କୃଷ୍ଣପୁର ଶଶୁର ଘର ପୂର୍ଣଚନ୍ଦ୍ର ଦାସଙ୍କ ଘରକୁ ଆସିଥିଲେ। ହେଲେ ଦୁଇ ଭଉଣୀ ଖେଳୁଥିବା ସମୟରେ କୌଣସି ବଶତଃ ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ। ଦୀର୍ଘ ସମୟ ଧରି ଦୁଇ ଝିଅକୁ ନପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପୋଖରୀରେ ପଡ଼ିଥିବା ଦେଖିବାକୁ ପାଇ ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ଆଣିଥିଲେ। ଡାକ୍ତର ସେଠାରେ ଦୁଇ ଭଉଣୀକୁ ମୃତ  ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.