ଶ୍ରୀନଗର,୦୨/୧୧ : ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁକାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ୨ ଆତଙ୍କୀ ହୋଇଛନ୍ତି ନିପାତ। ଅନ୍ୟପଟେ ଶ୍ରୀନଗରର ଖାନିଆରରେ ସୁରକ୍ଷା ବାହିନୀ ୨ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଜମ୍ମୁକାଶ୍ମୀର ପୋଲିସ, ଶ୍ରୀନଗର ସେକ୍ଟର ସିଆରପିଏଫ ଓ ଭାରତୀୟ ସେନାଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା । ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ହଲକାନ ଗାଲି ଅଞ୍ଚଳରେ ଅପରେସନ ଆରମ୍ବ ହୋଇଥିଲା । ଏହି ସମୟରେ ଗୁଳିବିନିମୟ ହୋଇଥିଲା ।
ଏହା ପୂର୍ବରୁ ଅକ୍ଟୋବର ୨୯ ତାରିଖରେ ଅଖନୁରରେ ସୁରକ୍ଷାବଳ ୩ ଆତଙ୍କୀଙ୍କୁ ନିପାତ କରିଥିଲା । କିଛି ଦିନ ହେବ ସୀମାରେ ଆତଙ୍କୀଙ୍କ ଗତିବିଧି ବଢିଛି । ଅକ୍ଟୋବର ୨୦ରେ ଜଣେ ଡାକ୍ତର ଓ ୬ ଜଣ ଶ୍ରମିକଙ୍କ ଉପରେ ଗୁଳି ଚଳାଇଥିଲେ ।