ପ୍ରମୂଖ ଖବର
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା; ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

Published By : Bijay Swain | June 6, 2025 10:47 PM

ବାସୁଦେବପୁର, ୬/୬: ବାସୁଦେବପୁର ଧାମରା ରାସ୍ତାର ମଖଲପୁର ଛକର ଅନତି ଦୂରରେ ପୁଣି ଆଉ ଏକ ସଡକ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। 

ସୂଚନା ମୁତାବକ, ଜାମୁଝଡ଼ିରୁ ବାସୁଦେବପୁର ଅଭିମୁଖେ ଆସୁଥିବା ବାଲି ବୋଝେଇ ଟ୍ରକ ଓ ଧାମରାରୁ କୋଇଲା ବୋଝେଇ କରି ଆସୁଥିବା ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡିର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିବା ବେଳେ ଦମକଳ ବାହିନୀ ଆସି ଦୀର୍ଘ ୨ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। କୋଇଲା ଗାଡିର ଡ୍ରାଇଭର ଗୌରାଙ୍ଗ ସୁତାର ଗୁରୁତର ଆହତ ହୋଇଥିବା ବେଳେ ବାଲି ଗାଡିର ଡ୍ରାଇଭରଙ୍କର ଭିତରେ ଚାପି ହୋଇ ମୃତ୍ୟୁ ଘଟିଛି। 

ମୃତ ଡ୍ରାଇଭର ରାଜଘାରପୋଖରୀ ଗ୍ରାମର ଜୟନ୍ତ କୁମାର ଦାସ ବୋଲି ଜଣାପଡିଛି । ଅନ୍ୟପଟେ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଆସିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.