ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହମ୍ପିରେ ଇସ୍ରାଏଲୀ ପର୍ଯ୍ୟଟକ ସମେତ ୨ ମହିଳାଙ୍କ ସହ ଗଣଦୁଷ୍କର୍ମ : ପୁରୁଷ ବନ୍ଧୁଙ୍କୁ ନଦୀକୁ ଫୋପାଡିଲେ, ଜଣେ ମୃତ

Published By : Harapriya Biswal | March 8, 2025 5:01 PM

ନୂଆଦିଲ୍ଲୀ,୮।୩: କର୍ଣ୍ଣାଟକର ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହମ୍ପି ନିକଟରେ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଏଠାରେ ଇସ୍ରାଏଲର ଜଣେ ୨୭ ବର୍ଷୀୟ ପର୍ଯ୍ୟଟକ ଓ ଜଣେ ହୋମ୍ ଷ୍ଟେ ଚଳାଉଥିବା ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣା ଗୁରୁବାର ରାତି ପ୍ରାୟ୧୧ଟା ୩୦ ମିନିଟ୍‌ରେ ଘଟିଛି। ଯେତେବେଳେ ଦୁଇ ମହିଳା ସାନାପୁର ହ୍ରଦ କୂଳରେ ବସିଥିଲେ। ଏହି ଘଟଣାରେ ଜଣେ ପୁରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

ପୋଲିସର କହିବା ଅନୁସାରେ, ପୀଡିତା ମହିଳା ତିନି ଅନ୍ୟ ପୁରୁଷ ପର୍ଯ୍ୟଟକଙ୍କ ସହ ଥିଲେ। ତାଙ୍କ ଭିତରେ ଜଣେ ଆମେରିକୀୟ ନାଗରିକ ଓ ଦୁଇ ଭାରତୀୟ (ମହାରାଷ୍ଟ୍ର ଓ ଓଡିଶା) ଥିଲେ। ଏହି ସବୁ ତୁଗଭଦ୍ରା ହ୍ରଦ ନିକଟରେ ଘଟିଛି। ତାଙ୍କ ଭିତରେ ଜଣେ ଆମେରିକୀୟ ନାଗରିକ ଓ ଦୁଇ ଭାରତୀୟ (ମହାରାଷ୍ଟ୍ର ଏବଂ ଓଡିଶା)ରୁ ଥିଲେ। ଏହି ସମସ୍ତେ ତୁଙ୍ଗଭଦ୍ରା ହ୍ରଦ ପାଖରେ ଗୀତ ଶୁଣୁଥିଲେ। ଏହି ସମୟରେ ତିନି ଜଣ ଅଜଣା ବ୍ୟକ୍ତି ମୋଟର ସାଇକେଲ ନେଇ ସେଠାରେ ପହଁଞ୍ଚି। ଅଭିଯୁକ୍ତମାନେ ପେଟ୍ରୋଲ ପାଇଁ ପଚାରିଥିଲେ। ଏହାପରେ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ମାଗିଥିଲେ। ଯେତେବେଳେ ସେମାନେ ଟଙ୍କା ଦେବାକୁ ମନା କରିଥିଲେ, ଏହାପରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ଏହାପରେ ଅଭିଯୁକ୍ତମାନେ ପୁରୁଷ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ଓ ତାଙ୍କୁ ହ୍ରଦକୂଳକୁ ଧକ୍କା ଦେଇଥିଲେ। ଏହାପରେ ସେମାନେ ଦୁଇ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଦୁଇ ପୁରୁଷ ଆମେରିକାର ନାଗରିକ ଡାନିଏଲ ଓ ମହାରାଷ୍ଟ୍ରର ପଙ୍କଜ ହ୍ରଦ ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଓଡିଶାର ବିବାଶ ବୁଡି ଯାଇଥିଲେ। ଶନିବାର ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହୋମଷ୍ଟେ ଚଳାଉଥିବା ମହିଳାଙ୍କ ଅଭିଯୋଗ ଆଧାରରେ ଗଙ୍ଗାବତୀ ଗ୍ରାମୀଣ ପୋଲିସ ଷ୍ଟେସନ୍‌ରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍)ର ଧାରା ୩୦୯(୬) (ଚୋରୀ ଓ ଟଙ୍କା ଆଦାୟ),୬୪(ଦୁଷ୍କର୍ମ),୭୦(୧)(ଗଣଦୁଷ୍କର୍ମ),୩୧୧(ଲୁଟ୍ କିମ୍ବା ଡକାୟତି ସହ ଗୁରୁତର ଆଘାତ କିମ୍ବା ମୃତ୍ୟୁର ଉଦ୍ଦେଶ୍ୟ), ଓ ୧୦୯ (ହତ୍ୟାର ଚେଷ୍ଟା) ଅନୁସାରେ ମାମଲା ରୁଜୁ କରାଯାଇଛି। ପୋଲିସର ୬ଟି ବିଶେଷ ଟିମ୍ ଗଠନ କରାଯାଇଛି ଓ ଅଭିଯୁକ୍ତଙ୍କ ସନ୍ଧାନରେ ରହିଛି। 

ଦୁଇ ପୀଡିତା ମହିଳା ବର୍ତ୍ତମାନ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କୋପ୍ପଲେ ପୋଲିସ ଅଧିକ୍ଷକ ରାମ ଏଲ ଅରାସିଦ୍ଧି କହିଛନ୍ତି, ଆମେ ସନ୍ଦିଗ୍ଧଙ୍କ ଚିହ୍ନଟ କରି ନେଇଛୁ ଓ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରି ନିଆଯିବ। ’ ଏହି ଘଟଣା ହମ୍ପି ଭଳି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଏହି ଘଟଣାକୁ ନେଇ ଗଭୀର ଆକ୍ରୋଶ ଦେଖିବାକୁ ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.