ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ୟୁଇଏଫ୍‌ଏ ନେସନ୍ସ ଲିଗ୍‌: ସନ୍‌ଡେ'ରେ ପର୍ତ୍ତୁଗାଲ-ସ୍ପେନ ଫାଇନାଲ୍‌ ଫାଇଟ୍

Published By : Prameya | June 7, 2025 12:39 PM

ଷ୍ଟଟଗାର୍ଟ, ୦୭/୦୬: ନେସନ୍ସ ଲିଗର ଦ୍ୱିତୀୟ ସେମି ଫାଇନାଲରେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିଅନ ଫ୍ରାନ୍ସ ଓ  ସ୍ପେନ ନିଜ ନିଜର ପୂର୍ଣ୍ଣ ସାମର୍ଥ୍ୟ ସହ  ମୁହାଁମୁହିଁ ହୋଇଥିଲେ । ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ଥିଲା । କିନ୍ତୁ ଶେଷରେ ୧୭  ବର୍ଷୀୟ ଯୁବ ତାରକା ଲାମିନ ୟାମାଲଙ୍କ  ଡବଲ ଗୋଲ୍‌ ସହାୟତାରେ ସ୍ପେନ ୫-୪  ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମେ ସେମିରେ  ପର୍ତ୍ତୁଗାଲ ୨-୧ ଗୋଲରେ ଜର୍ମାନୀକୁ ହରାଇଥିଲା । ଆସନ୍ତା ୮ ତାରିଖରେ  ପର୍ତ୍ତୁଗାଲ ଓ ସ୍ପେନ ଫାଇନାଲ ଖେଳିବେ । 

ଫ୍ରାନ୍ସ-ସ୍ପେନ ମ୍ୟାଚ ବେଶ  ଚିତାକର୍ଷକ ହୋଇଥିଲା । ଫ୍ରାନ୍ସ  ଖେଳର ପରିସଂଖ୍ୟାନ ଦୃଷ୍ଟିରୁ (ସଟ୍‌,  ସଟ୍‌ ଟାର୍ଗେଟ, ପୋଜେସନ, ପାସ,  ପାସ୍‌ ଆକ୍ୟୁରେସୀ ଓ କର୍ଣ୍ଣର)  ସବୁଥିରେ ଅଗ୍ରଣୀ ରହିବି ମ୍ୟାଚ୍‌ ଜିତି  ପାରିନଥିଲା । ପ୍ରଥମ ଭାଗରେ ସ୍ପେନ ୨୨  (ନିକୋ ୱିଲିୟମ୍ସ ) ଓ ୨୫ ମିନିଟରେ  (ମିକେଲ ମେରିନୋ) ଗୋଲ୍‌ ଦେଇ  ଦଳକୁ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟ  ଭାଗରେ ବି ସ୍ପେନ ପ୍ରଭାବ ବିସ୍ତାର  କରି ଖେଳିଥିଲା । ୟାମାଲ ୫୪  ମିନିଟରେ ଏକ ପେନାଲ୍ଟିକୁ ଗୋଲ ରୂପ  ଦେଇଥିଲେ । ସେମିତି ୬୭ ମିନିଟରେ  ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ସ୍କୋର  କରିଥିଲେ । ୫୫ ମିନିଟରେ ପେଡ୍ରି  ଦଳ ପାଇଁ ପଞ୍ଚମ ଗୋଲ୍‌ ଦେଇଥିଲେ ।

 ଫ୍ରାନ୍ସ ୫୯ ମିନିଟରେ ପେନାଲ୍ଟିରୁ  ପ୍ରଥମ ଗୋଲ ପରିଶୋଧ କରିଥିଲା ।  କିଲିଆନ ଏମ୍‌ବାପେ ଏହି ଗୋଲ୍‌  ଦେଇଥିଲେ । ୭୯ ମିନିଟରେ ରାୟାନ  ଚେର୍କି ଦ୍ୱିତୀୟ ଗୋଲ୍‌ ଦେବା ପରେ  ଦଳ ମନୋବଳ ଦୃଢ଼ ହୋଇଥିଲା ।  ୮୪ ମିନିଟରେ ସ୍ପେନ ପକ୍ଷରୁ ଏକ  ଆତ୍ମଘାତୀ ଗୋଲ ହେବା ପରେ ମ୍ୟାଚ୍‌  ସ୍ଥିତି ୫-୩ ହୋଇଥିଲା । ଶେଷରେ  ଇନ୍‌ଜ୍ୟୁରୀ ଟାଇମରେ (୯୦୍ମ୩) ଫ୍ରାନ୍ସ  ତୃତୀୟ ଗୋଲ୍‌ ଦେବା ପରେ ମ୍ୟାଚକୁ  ଅମୀମାଂସିତ ରଖିବା ନେଇ ତତ୍ପର ହୋଇ  ଉଠିଥିଲା । ମାତ୍ର ସ୍ପେନ ରକ୍ଷଣଭାଗ  ଆଉ ସୁଯୋଗ ଦେଇ ନଥିଲେ । ଶେଷରେ ଫ୍ରାନ୍ସ ୫-୪ ଗୋଲରେ  ପରାଜିତ ହୋଇ ବିଦାୟ ନେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.