ନୂଆଦିଲ୍ଲୀ,୨୧/୦୭: ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ  (ୟୁଆଇଡିଏଆଇ) ଶିଶୁଙ୍କ ଆଧାର କାର୍ଡ଼  ଅପ୍‌ଡେଟ୍‌ କରାଇବା ଲାଗି ସ୍କୁଲ ସ୍ତରରେ ଏକ ଅଭିଯାନ ଆରମ୍ଭ କରିବାକୁ ଯୋଜନା ରଖିଛି । ସାରା ଦେଶରେ ୫ ବର୍ଷରୁ ଉଦ୍ଧ୍ୱର୍  ୭ କୋଟି ଶିଶୁଙ୍କ ଆଧାର ବାୟୋମେଟ୍ରିକ ଡାଟା ଅପ୍‌ଡେଟ କରାଯିବ । ଏଥିରେ ଶିଶୁଙ୍କ ଆଙ୍ଗୁଠି ଛାପ, ଆଖିର ସ୍କାନିଂ ଏବଂ ଫଟୋ  ସାମିଲ ରହିଛି । ସ୍କୁଲରେ ମାତା ପିତାଙ୍କ ସହମତିରେ ଏହି କାମ ହେବ । ୨ ମାସରେ ଏହି ଅଭିଯାନ ଆରମ୍ଭ ହେବାର ଢ଼େର ସମ୍ଭାବନା ରହିଛି ।  

ଏବେ ୫ ବର୍ଷରୁ କମ୍‌ ଶିଶୁଙ୍କ ଆଧାର  ବିନା ବାୟୋମେଟ୍ରିକରେ ପ୍ରସ୍ତୁତ ହେଉଛି । ୫  ବର୍ଷ ପରେ ଆଙ୍ଗୁଠିର ଛାପ, ଆଖିର ସ୍କାନିଂ  ଏବଂ ଫଟୋ ଅପ୍‌ଡେଟ୍‌ କରାଇବା ଜରୁରୀ ।  ଏହା ନକଲେ ଆଧାର ନିଷ୍କ୍ରିୟ ହୋଇପାରେ ।  ସ୍କୁଲରେ ନାମଲେଖା, ସ୍କଲାରଶିପ କିମ୍ବା  ସରକାରୀ ଯୋଜନାର ଲାଭ ନେବାରେ  ସମସ୍ୟା ହେବ । ୟୁଆଇଡିଏଆଇ ପ୍ରତି  ଜିଲାକୁ ବାୟୋମେଟ୍ରିକ ମେଶନ ପଠାଇବ ।  

ଏହା ଦ୍ୱାରା ସ୍କୁଲ ଗୁଡ଼ିକରେ ଶିଶୁଙ୍କ  ଡାଟା ଅପ୍‌ଡେଟ କରାଯିବ । ୨ ମାସରେ  ଅଭିଯାନ ଆରମ୍ଭ ହୋଇ ଏହାକୁ ବ୍ୟାପକ  କରାଯିବ । ୫ରୁ ୭ ବର୍ଷ ଶିଶୁଙ୍କ ଲାଗି ଡାଟା  ଅପଡେଟ କରାଇବା ମାଗଣା ରହିବ । ୭  ବର୍ଷରୁ ଉଦ୍ଧ୍ୱର୍ ବୟସର ଶିଶୁଙ୍କୁ ୧୦୦ ଟଙ୍କା  ଚାର୍ଜ ଲାଗିବ । ୧୫ ବର୍ଷରେ ଆଉ ଥରେ  ଆଧାରକୁ ଅପ୍‌ଡେଟ କରାଇବାକୁ ପଡ଼ିଥାଏ