ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜୟଶଙ୍କରଙ୍କ ଗସ୍ତ ସମୟରେ ସୁରକ୍ଷା ତ୍ରୁଟି, ଭାରତର ପ୍ରତିବାଦ ପରେ ଘଟଣାକୁ ନିନ୍ଦା କଲା ବ୍ରିଟେନ୍

Published By : Tapas Panda | March 6, 2025 7:30 PM

Image Courtesy: indiatvnews

ନୂଆଦିଲ୍ଲୀ: ଇଂଲଣ୍ଡରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୁରକ୍ଷାରେ ତ୍ରୁଟି ମାମଲାକୁ ନେଇ ଭାରତ ତୀବ୍ର ପ୍ରିତିକ୍ରିୟା ପ୍ରକାଶ କରିଥିଲା । ଏବେ ବ୍ରିଟେନ୍‌ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛି । ଏଭଳି ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ବୋଲି କହିଛି ବ୍ରିଟେନ୍‌ । ଖଲିସ୍ତାନୀଙ୍କ ଏଭଳି ଆଚରଣଙ୍କୁ ବ୍ରିଟେନ୍‌ ସରକାର ଦୃଢ଼ ନିନ୍ଦା କରିଛନ୍ତି । ବୁଧବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନରେ ବୈଦେଶିକ ବ୍ୟାପାର ଥିଙ୍କ ଟ୍ୟାଙ୍କ ଚାଥମ ହାଉସ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଏହି ସମୟରେ କିଛି ଖଲିସ୍ତାନୀ ଉଗ୍ରବାଦୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତ୍ରିରଙ୍ଗା ପତାକା ଧରି ଜୟଶଙ୍କରଙ୍କ କାର୍ ଆଗକୁ ଚାଲି ଆସିବା ସହିତ ପତାକା ଚିରି ଦେଇଥିଲେ । ଘଟଣାକୁ ନେଇ ଭାରତ କଡ଼ା ଆପତ୍ତି କରିଥିଲା । ସୁରକ୍ଷାରେ ଏଭଳି ତ୍ରୁଟିକୁ ନିନ୍ଦା କରି ବ୍ରିଟେନ୍ ସରକାରଙ୍କୁ କଡ଼ା ମେସେଜ୍ ଲେଖିଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । 

ଏହାପରେ ବ୍ରିଟେନ୍‌ର ଫରେନ, କମନୱେଲ୍ଥ ଏଣ୍ଡ ଡେଭଲପମେଣ୍ଟ ଅଫିସ (FCDO) ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସାର୍ବଜନୀନ କାର୍ଯ୍ୟକ୍ରମଗୁଡ଼ିକୁ ବାଧା ଦେବାର ଯେକୌଣସି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ ବୋଲି ଏଫ୍‌ସିଡିଓ କହିଛି । ଗୁରୁବାର ଜାରି କରିଥିବା ପ୍ରତିକ୍ରିୟାରେ ଏଫ୍‌ସିଡିଓ ଲେଖିଛି ‘ଗତକାଲି ବୈଦେଶିକ ମନ୍ତ୍ରୀଙ୍କ ୟୁକେ ଗସ୍ତ ସମୟରେ ଚାଥାମ ହାଉସ ବାହାରେ ଘଟିଥିବା ଘଟଣାର ଆମେ ଦୃଢ଼ ନିନ୍ଦା କରୁଛୁ। ୟୁକେ ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାରକୁ ସମର୍ଥନ କରେ, କିନ୍ତୁ ସାର୍ବଜନୀନ କାର୍ଯ୍ୟକ୍ରମଗୁଡ଼ିକୁ ଭୟଭୀତ କରିବା, ଧମକ ଦେବା କିମ୍ବା ବିପର୍ଯ୍ୟସ୍ତ କରିବାର ଯେକୌଣସି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ।’

ଏହା ସହ ପରିସ୍ଥିତିର ମୁକାବିଲା ପାଇଁ ମେଟ୍ରୋପଲିଟାନ୍ ପୋଲିସ ଶୀଘ୍ର ପଦକ୍ଷେପ ନେଇଛି । ଆମର ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ, ଆମେ ଆମର ସମସ୍ତ କୂଟନୈତିକ ପରିଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ବିବୃତ୍ତିରେ କୁହାଯାଇଛି। ଏହା ପୂର୍ବରୁ ଲଣ୍ଡନରେ ହୋଇଥିବା ଏଭଳି ଆଚରଣକୁ ନେଇ ଭାରତ ବ୍ରିଟେନ୍‌ଙ୍କୁ ସମାଲୋଚନା କରିଥିଲା। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରି ଉତ୍ତର ମଗାଯାଇଥିଲା। ଏଥିରେ ଲେଖାଯାଇଥିଲା “ଆମେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ୟୁକେ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନର ଫୁଟେଜ୍ ଦେଖିଛୁ। ଆମେ ଏହି ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କ ଉତ୍ତେଜନାମୂଳକ କାର୍ଯ୍ୟକଳାପକୁ ନିନ୍ଦା କରୁଛୁ। ଆମେ ଆଶା କରୁଛୁ ଯେ ଏପରି କ୍ଷେତ୍ରରେ ଆୟୋଜକ ସରକାର ସେମାନଙ୍କର କୂଟନୈତିକ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ପାଳନ କରିବେ।’ ଭାରତ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ପରେ ସେଠାକାର ସରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.