ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କିଏ କରିପାରେ ହତ୍ୟା, ପୂର୍ବରୁ କହିଦେବ ଏହି ଟୁଲ୍‌: ବିବାଦରେ ବ୍ରିଟେନ୍ ସରକାରଙ୍କ ଏହି ‘ଭୟଙ୍କର ପ୍ରୋଜେକ୍ଟ’

Published By : Harapriya Biswal | April 9, 2025 3:23 PM

ନୂଆଦିଲ୍ଲୀ,୯।୪: ବାସ୍ତବିକ ଜୀବନ ବି ଲାଗିବ ସାଇନ୍ସ ଫିକ୍ସନ ଫିଲ୍ମର କାହାଣୀ ଭଳି। ହତ୍ୟା କରିବା ପୂର୍ବରୁ ଧରାପଡିବ ହତ୍ୟାକାରୀ। ବ୍ରିଟେନ୍ ସରକାର ଏଭଳି ଏକ ଟେକ୍ନୋଲୋଜିକୁ ବିକଶିତ କରିଛନ୍ତି। ଯାହାର ନାଁ ରହିଛି ‘ସେୟାରିଂ ଡାଟା ଟୁ ଇମପ୍ରୁଭ୍ ରିସ୍କ ଆସେସମେଣ୍ଟ’। ଯାହାକି ଭବିଷ୍ୟତର ହତ୍ୟାକାରୀ କିଏ ତାହା କହିପାରିବ। 

ବ୍ରିଟେନ୍ ସରକାରଙ୍କ ନୂଆ ଟେକ୍ନୋଲୋଜିକୁ ନେଇ ବଢିଲା ଚର୍ଚ୍ଚା। ହତ୍ୟା ପୂର୍ବରୁ ହତ୍ୟାକାରୀକୁ କରିବ ଚିହ୍ନଟ। ବ୍ରିଟେନ୍ ଆଇନ ମନ୍ତ୍ରଣାଳୟ ଏଭଳି ଏକ ଆଲ୍‌ଗୋରିଦିମ୍‌ ସିଷ୍ଟମକୁ ବିକଶିତ କରୁଛି, ଯାହାକି ଭବିଷ୍ୟର ହତ୍ୟାକାରୀ କିଏ ତାହା କରିପାରିବ। ଏହି ପ୍ରୋଜେକ୍ଟକୁ ପ୍ରଥମେ ’ହୋମିସାଇଡ୍ ପ୍ରେଡିକ୍ସନ୍ ପ୍ରୋଜେକ୍ଟ’ ନାଁ ଦିଆଯାଇଥିଲା। ୟୁକେ ପୋଲିସ ଫୋର୍ସରୁ ମଳିଥିବା ଡାଟାକୁ ବ୍ୟବହାର କରାଯାଉଥିଲା। ଏବେ ଏହାର ନାଁ ବଦଳିକି ‘ସେୟାରିଂ ଡାଟା ଟୁ ଇମପ୍ରୁଭ୍ ରିସ୍କ ଆସେସମେଣ୍ଟ’ କରି ଦିଆଯାଇଛି। ଏହି ଟେକ୍ନୋଲୋଜିର ଉଦ୍ଦେଶ୍ୟ ଓ ଏହାର ସମ୍ଭାବିତ ପ୍ରଭାବକୁ ନେଇ ଆରମ୍ଭ ହୋଇଛି ବିବାଦ। ବିଶେଷଜ୍ଞ, ନାଗରିକ ଅଧିକାର ସଂଗଠନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ। କାରଣ ଏହା ଅପରାଧକୁ ରୋକିବା ପାଇଁ କ୍ରାନ୍ତିକାରୀ ପଦକ୍ଷେପ ହୋଇପାରେ କିମ୍ବା ବ୍ୟକ୍ତିଗତ ଜୀବନ ଓ ନୈତିକତା ପାଇଁ ବିପଦ ପାଲଟିପାରେ।

ଏହି ପ୍ରୋଜେକ୍ଟ ପାଇଁ ହଜାର ହଜାର ଲୋକଙ୍କ ଡାଟାର ବିଶ୍ଲେଷଣ କରାଯାଉଛି। ଏଥିରେ ଅପରାଧ ପୀଡିତ, ମାନସିକ ସ୍ବାସ୍ଥ୍ୟରୁ ମିଳିଥିବା ସୂଚନା, ଆତ୍ମହତ୍ୟା ଓ ଆତ୍ମହାନିର ପ୍ରବୃତ୍ତି, ଘରୋଇ ହିଂସା ଭଳି ସମ୍ବେଦନଶୀଳ ଡାଟା ରହିଛି। ତେବେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, କେବଳ ସେହି ଲୋକଙ୍କ ଡାଟା ବ୍ୟବହାର କରାଯିବ ଯାହାଙ୍କୁ ଅତି କମ୍‌ରେ କୌଣସି ଗୋଟିଏ ଅପରାଧ ପାଇଁ ସଜା ମିଳିସାରିଛି। କିନ୍ତୁ ଦସ୍ତାବିଜ ଅନୁସାରେ, ଡାଟା ସେୟାରିଂରେ ପୀଡିତ ଓ ପୋଲିସ ସହ ଯୋଗାଯୋଗ କରିଥିବା ଲୋକଙ୍କ ସୂଚନା ମଧ୍ୟ ରହିବ।

ଡାଟାରେ ନାଁ, ଜନ୍ମତିଥି, ଲିଙ୍ଗ ଓ ଜାତୀୟତା ରହିବ। ସେଭଳି ୟୁନିକ୍ ଆଇଡିଣ୍ଟିଫାୟର ନମ୍ବର,   ମାନସିକ ସ୍ବାସ୍ଥ୍ୟ, ନିଶା ଅଭ୍ୟାସ, ଆତ୍ମହତ୍ୟା ପ୍ରବୃତ୍ତି ଏବଂ ବିକଳାଙ୍ଗତା ସମ୍ପର୍କିତ ସୂଚନା ରଖିବାକୁ ପଡିଥାଏ। ବିଶେଷଜ୍ଞମାନେ ଏଥିରେ ପକ୍ଷପାତ ଏବଂ ତ୍ରୁଟି ରହିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି। ଅପରାଧର ଭବିଷ୍ୟବାଣୀ କରୁଥିବା ଆଲଗୋରିଦିମ୍‌ ସିଷ୍ଟମ ସ୍ବଭାବିକ ଭାବରେ ତ୍ରୁଟିପୂର୍ଣ୍ଣ ହୋଇଥାଏ। ଏହି ମଡେଲ ପୋଲିସ ଓ ଗୃହ କାର୍ଯ୍ୟାଳୟ ଡାଟା ଉପରେ ଆଧାରିତ। ଏହି ପ୍ରୋଜେକ୍ଟର ଆଉ ଏକ ବିବାଦସ୍ପଦ ଦିଗ ହେଉଛି ପ୍ରାଇଭେସୀର ଉଲଂଘନ। ଲକ୍ଷାଧିକ ଡାଟା, ଯେଉଁଥିରେ ମାନସିକ ଓ ଶାରିରୀକ ସ୍ଥିତି ଭଳି ବ୍ୟକ୍ତିଗତ ସୂଚନା ରହିଛି। ତାକୁ ସରକାରଙ୍କ ଦ୍ବାରା ସଂଗୃହୀତ ଓ ବିଶ୍ଲେଷଣ କରାଯାଉଛି।  

ଏହି ପ୍ରୋଜେକ୍ଟ ବହୁ ଲୋକଙ୍କୁ ୨୦୦୨ର ହଲିଉଡ ଫିଲ୍ମ ‘ମାଇନରିଟି ରିପୋର୍ଟ’କୁ ମନେପକାଇ ଦେଉଛି। ଫିଲ୍ମରେ ଭବିଷ୍ୟବକ୍ତାଙ୍କ ସାହାଯ୍ୟରେ ଅପରାଧ ପୂର୍ବରୁ ଅପରାଧୀଙ୍କୁ ଧରି ନିଆଯାଉଥିଲା। କିନ୍ତୁ ବାସ୍ତବରେ ଏହି ଟେକ୍ନୋଲୋଜି କୌଣସି ଯାଦୁ ଶକ୍ତି ଉପରେ ନିର୍ଭର କରେନି। ଏହା ଡାଟା ଓ ଆଲଗୋରିଦିମ୍ ଉପରେ ନିର୍ଭର କରେ, ଯାହାକି ଭୁଲ ବି ହୋଇପାରେ। ଫିଲ୍ମରେ ନୈତିକତା ଉପରେ ପ୍ରଶ୍ନ ଉଠାଯାଇଥିଲା। ଏଠାରେ ମଧ୍ୟ ସମାନ ପ୍ରଶ୍ନ ଉଠିଛି। ଏନେଇ ବ୍ରିଟେନ୍ ସରକାର କହିଛନ୍ତି ପ୍ରୋଜେକ୍ଟ ଏବେ ବି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏହାର ଉଦ୍ଦେଶ୍ୟ ସମାଜକୁ ସୁରକ୍ଷିତ ରଖିବା। ଏହାଦ୍ବାରା କିଛି ହତ୍ୟା ମାମଲାକୁ ରୋକିପାରିଲେ ତାହା ହିଁ ବଡ଼  ସଫଳତା ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.