ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

କୁର୍ସ୍କରେ ପୁଟିନଙ୍କ ହେଲିକପ୍ଟର ଉପରେ ଡ୍ରୋନ ଆକ୍ରମଣ ଉଦ୍ୟମ, ୟୁକ୍ରେନକୁ ଦାୟୀ କଲା ମସ୍କୋ

Published By : Tapas Panda | May 25, 2025 5:49 PM

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ତ୍ତମାନର ସବୁଠାରୁ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଶନିବାର ମଧ୍ୟରାତ୍ରିରେ କୁର୍ସ୍କ ଅଞ୍ଚଳରେ ପୁଟିନଙ୍କ ହେଲିକପ୍ଟର ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଥିବା ଜଣାପଡ଼ିଛି । ସେପଟେ ରୁଷ ସେନା ୟୁକ୍ରେନୀୟ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲା ଏବଂ ରାଷ୍ଟ୍ରପତି ଅଳ୍ପକେ ରକ୍ଷା ପାଇଯାଇଥିଲେ। କିନ୍ତୁ ପୁଟିନଙ୍କ ହେଲିକପ୍ଟର ଉପରେ ଆକ୍ରମଣ କରିବାକୁ ୟୁକ୍ରେନର ପ୍ରୟାସକୁ ଏହି ଖବର ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି ।  

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ଗଣମାଧ୍ୟମ ପକ୍ଷରୁ ଏହି ବଡ଼ ଦାବି କରାଯାଇଛି । ରୁଷ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, କୁର୍ସ୍କ ଅଞ୍ଚଳ ଉପରେ ଉଡ଼ୁଥିବା ସମୟରେ ଏକ ୟୁକ୍ରେନୀୟ ଡ୍ରୋନ୍ ଦ୍ୱାରା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହେଲିକପ୍ଟର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। ଏହି କଥିତ ଆକ୍ରମଣକୁ ରୁଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପଣ୍ଡ କରିଦେଇଥିଲା। ରୁଷ ବାୟୁ ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ ଡ୍ରୋନ ବ୍ୟବହାର କରି ପୁଟିନଙ୍କ ହେଲିକପ୍ଟରକୁ ଟାର୍ଗେଟ କରିଥିଲା। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା, ଯାହାକୁ ଆମେ ପଣ୍ଡ କରିଦେଇଛୁ । 

ରିପୋର୍ଟ ଅନୁଯାୟୀ, ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପୂର୍ଣ୍ଣ ଶକ୍ତି ସହିତ ଜବାବ ଦେଇଥିଲା ଏବଂ ପୁଟିନଙ୍କ ଉଡ଼ାଣ ପଥରେ ପହଞ୍ଚିବା ପୂର୍ବରୁ ଡ୍ରୋନକୁ ନଷ୍ଟ କରିଦେଇଥିଲା । ଏହି ଘଟଣାରେ କାହାରି କୌଣସି କ୍ଷତି ହୋଇନାହିଁ ଏବଂ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି । ରୁଷ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ଘଟଣାର ତଦନ୍ତ କରୁଛନ୍ତି । ୟୁକ୍ରେନ ଡ୍ରୋନ୍ କିପରି କୁର୍ସ୍କ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କଲା ଏବଂ ଏହି ଆକ୍ରମଣ ପୁଟିନଙ୍କୁ ଟାର୍ଗେଟ କରି କରାଯାଇଥିଲା ନା ଏହା ପଛର ଆଉ କଣ କାରଣ ରହିଛି ଦେ ଦିଗ ଉପରେ ରୁଷ ତଦନ୍ତ କରୁଛି । ସେପଟେ ୟୁକ୍ରେନ ସରକାର କିମ୍ବା ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.