କିଭ୍ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଉତ୍ସବ ପୂର୍ବରୁ ୟୁକ୍ରେନ ମଧ୍ୟ ଆଲର୍ଟ ହୋଇ ଯାଇଛି। ନିଜର ସେନା ଓ ଅସ୍ତ୍ରଶସ୍ତ୍ରର ଶସ୍ତ୍ରାଗାରକୁ ମଜବୁତ୍ କରିବାର ଯୋଜନାରେ ତତ୍ପରତାର ସହ କାମ କରୁଛି। ୟୁକ୍ରେନୀ ନ୍ୟୁଜ୍ ଆଉଟଲେଟ୍ ପ୍ରାଭଦା ମୁତାବିକ ,କିଭ୍ ପେକ୍ଲୋ ମିସାଇଲର ପ୍ରସ୍ତୁତିକୁ ଦ୍ରୁତ କରିଛି। ରିପୋର୍ଟରେ କୁହାଯାଇଛି କି, ଗତ ୩ ମାସ ଭିତରେ ୟୁକ୍ରେନ ୧୦୦ରୁ ଅଧିକ ପେକ୍ସୋ ମିଶାଇଲ ତିଆରି କରିଛି। ପେକ୍ଲୋକୁ ୟୁକ୍ରେନୀ ଭାଷାରେ ନରକ କୁହାଯାଏ। ଅର୍ଥାତ୍ ୟୁକ୍ରେନ ରୁଷ୍ ଉପରେ ବିପଜ୍ଜନକ ହମଲା ପାଇଁ ଭୟଙ୍କର ନରକ ମିସାଇଲ ତିଆରି କରୁଛି।
ପ୍ରକୃତ କଥା ହେଲା , ୟୁକ୍ରେନୀ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଏହି କଥାର ଆଶଙ୍କା ଯେ ଟ୍ରମ୍ପ ପ୍ରଶାସନ, ରୁଷ୍ ବିରୋଧୀ ଯୁଦ୍ଧରେ ତାଙ୍କୁ ସେନା ସହାୟତା ଦେଇ ନପାରେ। ଏଥିପାଇଁ କିଭ୍ ପେକ୍ଲୋ ମିସାଇଲର ଉତ୍ପାଦନ ବଢାଇବା ଉପରେ ଜୋର୍ ଦେଇଛି। ଏହି ମଧ୍ୟରେ ଜେଲେନସ୍କି ଘୋଷଣା କରିଛନ୍ତି କି ୨୦୨୫ ଯାଏ ୧୦୦୦କ୍ରୁଜ୍ ମିସାଇଲକୁ ଉତ୍ପାଦନ କରିବା ତାଙ୍କର ଲକ୍ଷ୍ୟ ।
ଏହି ‘ନରକ ’ ମିସାଇଲ କଣ ?
ନରକ ମିସାଇଲ ଅର୍ଥାତ୍ ପେକ୍ଲୋ ମିସାଇଲର ନିର୍ମାଣ ଆରମ୍ଭରେ ଏକ ଡ୍ରୋନ୍ ମିସାଇଲ ଭାବେ କରାଯାଇ ଥିଲା , କିନ୍ତୁ ଏବେ ଏହାକୁ କ୍ରୁଜ୍ ମିସାଇଲରେ ବଦଳାଇ ଦିଆ ଯାଇଛି। ଏହା ଏକ ବହୁ ଦୂରଗାମୀ ନିକ୍ଷେପ କ୍ଷମତା ଥିବା ମିସାଇଲ। ଏହାର ଲମ୍ୱ ପାଖାପାଖି ଦୁଇ ମିଟର ଓ ଏହାର ଓଜନ ପାଖାପାଖି ୫୦କିଲୋଗ୍ରାମ। ଏଥିରେ ଜିପିଏସ ଟେକନିକ୍ ସହ ଉନ୍ନତ ମାର୍ଗଦର୍ଶନ ପ୍ରଣାଳୀର ବ୍ୟବହାର କରାଯାଇଛି। ଏହା ୭୦୦ କିଲୋମିଟର ଦୂର ସ୍ଥିତ ଟାର୍ଗେଟ୍କୁ ସହଜରେ ଭେଦ କରିପାରେ। ପ୍ରତି ଘଣ୍ଟା ୭୦୦ କି.ମିର ଉଡ଼ାଣ ଭରି ପାରେ। ଉକ୍ତ ମିସାଇଲରେ ଏକ ଛୋଟ ୱାରହେଡ୍ ରହିଥାଏ। ଏହା କୌଣସି ବି ସାଧାରଣ ଡ୍ରୋନ୍ର ତୁଳନାରେ ଅଧିକ ଜୋରରେ ଉଡାଣ ଭରିପାରେ ଏବଂ ଲକ୍ଷ୍ୟଭେଦୀ ପାରେ।
ଏହାର ଖୁବ୍ ଘାତକ କ୍ଷମତା କାରଣରୁ ଏହାକୁ ନରକ ମିସାଇଲ କୁହାଯାଉଛି। ଏହା ୭୦ ପ୍ରତିଶତ ୟୁକ୍ରେନୀ ଅସ୍ତ୍ରରେ ତିଆରି। ୟୁକ୍ରେନର ସୁରକ୍ଷା ବାହିନୀର ସୀମାରେ ଶତ୍ରୁ ଦେଶ ଭିତରେ ପଶି ମାରୁ ଥିବା ଏହି ମିସାଇଲ, ଆବଶ୍ୟକତା ହିସାବରେ ଏହାର ନିର୍ମାଣ କରାଯାଇଛି।