ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ୟୁକ୍ରେନ ଉପରେ ଋଷର ICBM କ୍ଷେପଣାସ୍ତ୍ର ଆକ୍ରମଣ ବାବଦରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ମୁଖପାତ୍ର, ହଠାତ୍ ଆସିଲା ଫୋନ୍...ଆଉ ତା’ପରେ...

Published By : Prameya | November 21, 2024 8:50 PM

ନୂଆଦିଲ୍ଲୀ: ଗୁରୁବାର ସକାଳ ୫ ରୁ ୭ ମଧ୍ୟରେ ୟୁକ୍ରେନର ଡନିପ୍ରୋ ସହର ଉପରେ ଋଷ ଆଇସିବିଏମ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏହି ଘଟଣାକୁ ନେଇ ଋଷର ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିବାବେଳେ ସାମ୍ବାଦିକ ସମ୍ମିଳନୀ ମଝିରେ ତାଙ୍କୁ କ୍ରେମଲିନରୁ ଏକ ଫୋନ୍ କଲ ଆସିଥିଲା।

ଋଷର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କ୍ରେମଲିନରୁ କଲ ପାଇବା ପରେ ଆଇସିବିଏମ୍ କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି । ବୋଧହୁଏ କ୍ରେମଲିନ୍ ତାଙ୍କୁ ଏହି ପ୍ରସଙ୍ଗରେ କହିବାକୁ ବାରଣ କରିଥିଲା । ତାଙ୍କ ମାଇକ୍ ଅନ୍ ଥିବା କାରଣରୁ ଏହା ସର୍ବସାଧାରଣକୁ ଆସିଯାଇଥିବା ଜଣାପଡିଛି। 

ଏହି ସାମ୍ବାଦିକ ସମ୍ମିଳନୀରେ ଋଷର ମୁଖପାତ୍ରଙ୍କୁ ୟୁକ୍ରେନ୍ର ଡନିପ୍ରୋ ସହରରେ ଥିବା "ୟୁଜମାଶ୍" ଏରୋସ୍ପେସ୍ ଉତ୍ପାଦକ ସହିତ ଜଡିତ କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ କୌଣସି ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ବିଷୟରେ ପଶ୍ଚିମି ଦେଶ ଗୁଡିକ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି । 

ୟୁକ୍ରେନର ରାଜଧାନୀ କ୍ବିଭ୍‌ରେ ଅବସ୍ଥିତ ଏକ ନ୍ୟୁଜ୍ ଏଜେନ୍ସିର ସୂତ୍ରକୁ ଉଦ୍ଧୃତ କରି ରଏଟର୍ସ ରିପୋର୍ଟ କରିଛି ଯେ, ୟୁକ୍ରେନ ଅଞ୍ଚଳରେ ୫୮୦୦ କିଲୋମିଟର ଦୂରରେ ଋଷ ଏହାର RS-26 ରୁବେଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ତେବେ ଏହି କ୍ଷେପଣାସ୍ତ୍ରଟି  କୌଣସି ଆଣବିକ ଅସ୍ତ୍ରରେ ସଜ୍ଜିତ ହୋଇନଥିଲା । ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (CSIS) ଅନୁଯାୟୀ, RS-26 ପ୍ରଥମେ ୨୦୧୨ ରେ ସଫଳତାର ସହ ପରୀକ୍ଷା କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଆକ୍ରମଣରେ କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ନିଶ୍ଚିତ ତଥ୍ୟ ନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.