ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର

Published By : Rasmita Pradhan | July 25, 2025 1:02 PM

ନୂଆଦିଲ୍ଲୀ, ୨୫/୦୭ : ପର୍ଣ୍ଣ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ। କଠୋର ହେଲେ ଭାରତ ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ୨୫ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର। ULLU, ALTT BALAJI, ଦେଶୀଫ୍ଲିକ୍ସ, ବୁମେକ୍ସ, ନୱରସା ଲାଇଟ୍, ଗୁଲାବ ଆପ୍ ଏବଂ ବିଗ୍ ସଟ୍‌ସ୍  ଭଳି ୨୫ଟି ଆପ୍‌ ଏବଂ ୱେବସାଇଟ୍‌କୁ ବ୍ୟାନ୍ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ନୋଟିଫିକେସନ ଜାରି କରାଯାଇଛି । ସଫ୍ଟ ପର୍ଣ୍ଣ କଣ୍ଟେଣ୍ଟକୁ ପ୍ରମୋସନ କରୁଥିବା ୱେବସାଇଟ୍‌କୁ ତୁରନ୍ତ ବ୍ଲକ କରିବାକୁ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁସାରେ, ଏହି ସବୁ ଆପ୍ ଏବଂ ୱେବସାଇଟ୍ ଆପତ୍ତିଜନକ ବିଜ୍ଞାପନ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରଣ କରୁଥିଲେ। ଯାହାକି ଭାରତୀୟ ଆଇନର ଉଲ୍ଲଙ୍ଘନ। 

ଏହା ପୂର୍ବରୁ ମାର୍ଚ୍ଚ ମାସରେ ଅଶ୍ଳୀଳ ଏବଂ ଆପତ୍ତିଜନକ କଣ୍ଟେଣ୍ଟ ପାଇଁ ୧୯ ୱେବସାଇଟ୍, ୧୦ ଆପ୍ ଏବଂ ୫୭ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ବ୍ୟାନ୍ କରାଯାଇଥିଲା। 

ବ୍ୟାନ୍ ହୋଇଥିବା ୨୫ ପ୍ଲାଟଫର୍ମ

  • ULLU
  • ALTT
  • Big Shots App
  • Jalva App
  • Wow Entertainment
  • Look Entertainment
  • Hitprime
  • Feneo
  • ShowX
  • Sol Talkies
  • Kangan App
  • Bull App
  • Adda TV
  • HotX VIP
  • Desiflix
  • Boomex
  • Navarasa Lite
  • Gulab App
  • Fugi
  • Mojflix
  • Hulchul App
  • MoodX
  • NeonX VIP
  • Triflicks


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.