ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଥର ପାଞ୍ଚାଳିର ଅଭିନେତ୍ରୀ ଉମା ଦାସଗୁପ୍ତାଙ୍କ ପରଲୋକ

Published By : Tapas Panda | November 18, 2024 5:03 PM

ନୂଆଦିଲ୍ଳୀ: ବିଶିଷ୍ଟ ଅଭିନେତ୍ରୀ ଉମା ଦାସଗୁପ୍ତାଙ୍କ ପରଲୋକ  । ଭାରତୀୟ ସିନେମା ଇତିହାସର ଜଣେ କିମ୍ବଦନ୍ତୀ ଫିଲ୍ମ ନିର୍ମାତା ସତ୍ୟଜିତ ରାୟଙ୍କ ‘ପଥର ପାଞ୍ଚାଳି’ରେ ଦୁର୍ଗା ରୟ ଭୂମିକା ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ଉମା ଦାସଗୁପ୍ତା । ୮୪ ବର୍ଷ ବୟସରେ ଉମା ଦାସଗୁପ୍ତା ଇହଲୀଳା ସମ୍ବରଣ କରିଛନ୍ତି । ଉମାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ଦିନ ଧରି କର୍କଟ ସହ ଲଢ଼ୁଥିଲେ ଉମା ଦାସଗୁପ୍ତା । ସୋମବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 

ପଥର ପାଞ୍ଚାଳିର ଦୁର୍ଗା ଆଉ ନାହାନ୍ତି 

୬୯ ବର୍ଷ ପୂର୍ବେ ଥିଏଟରରେ ରିଲିଜ୍‌ ହୋଇଥିବା ‘ପଥର ପାଞ୍ଚାଳି’ ଉମା ଦାସଗୁପ୍ତାଙ୍କୁ ରାତାରାତି ଅଜସ୍ର ଲୋକପ୍ରିୟତା ଦେଇଥିଲା । ଏଥିରେ ସେ ଦୁର୍ଗା ରୟ ଭୂମିକା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଜମି ଯାଇଥିଲେ । ୧୯୫୫ରେ ମୁକ୍ତିଲାଭ କରିଥିବା ପଥର ପାଞ୍ଚାଳିର ନିର୍ଦ୍ଦେଶନା ଦେଇଥିଲେ ମହାନ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସତ୍ୟଜିତ ରାୟ । ଏହି ଚଳିଚ୍ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ପାଇଥିବା ବେଳେ ଏଥିରେ ଅଭିନୟ କରିଥିବା ପ୍ରତିଟି କଳାକାର ଏବେ ବି ଚର୍ଚ୍ଚାର ପରିସରକୁ ଆସିଥାନ୍ତି । 

ବଙ୍ଗଳା ସିନେମାର ଗର୍ବ 

ସତ୍ୟଜିତ ରାୟଙ୍କ ଭଳି ଉମା ଦାସଗୁପ୍ତାଙ୍କୁ ବେଙ୍ଗଲୀ ସିନେମା ଆକାଶର ଉଜ୍ବଳତମ ତାରା ବୋଲି କୁହାଯାଏ । ଅନେକ ଚଳଚ୍ଚିତ୍ରରେ ମନମୁଗ୍ଧକର ଅଭିନୟ କରି ସେ ଦର୍ଶକଙ୍କୁ ତାଜୁବ କରିଦେଇ ଥିଲେ । ଆଜି ସେ ଆମ ଗହଣରେ ନାହାନ୍ତି ସତ କିନ୍ତୁ ସିନେମା ପ୍ରତି ତାଙ୍କର ଅବଦାନ କେବେ ଭୁଲି ହେବ ନାହିଁ । ତେବେ ଅଭିନେତ୍ରୀ ଉମା ଦାସଗୁପ୍ତାଙ୍କ ଶେଷକୃତ୍ୟ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ ।  

ପଥର ପାଞ୍ଚାଳି

ସତ୍ୟଜିତ ରାୟ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପଥର ପାଞ୍ଚାଳି ୧୯୨୯ରେ ବିଭୁତିଭୂଷଣ ବନ୍ଦୋପାଧ୍ୟାୟଙ୍କ ରଚିତ ଗ୍ରନ୍ଥ ପଥର ପାଞ୍ଚାଳି ଉପରେ ପର୍ଯ୍ୟବେସିତ । ପଥର ପାଞ୍ଚାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ଜିତି ଇତିହାସ ରଚିଥିଲା । ସତ୍ୟଜିତଙ୍କର ପ୍ରଥମ ଚଳଚ୍ଚିତ୍ର ପଥର ପାଞ୍ଚାଳି ୧୯୫୫ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସମୁଦାୟ କଥାଚିତ୍ରଟି ୧୧ଟି ଆନ୍ତର୍ଜାତୀୟ ପୁରସ୍କାର ପାଇଥିଲା । ଏହି ପୁରସ୍କାରଗୁଡ଼ିକ ମଧ୍ୟରେ ୧୯୫୬ର କାନ୍ସ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ହ୍ୟୁମାନ ଡକୁମେଣ୍ଟ ପୁରସ୍କାର ପାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.