ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଖାଦ୍ୟ କିମ୍ବା ପାଣି ନାହିଁ, ନରସଂହାର କରୁଛନ୍ତି ନେତନ୍ୟାହୁ : ଗାଜାର ସମସ୍ୟା ନେଇ ଚିନ୍ତା ପ୍ରକାଶ କଲେ ଜାତିସଂଘ

Published By : Harapriya Biswal | November 14, 2024 7:58 PM

ନୂଆଦିଲ୍ଲୀ,୧୪।୧୧: ଇସ୍ରାଏଲ ସେନା ଗାଜାରେ ୧୪ ମାସ ଧରି କରିଛି ଜୋରଦାର ଆକ୍ରମଣ। ଗତ ବର୍ଷଠାରୁ ଆକ୍ରମଣ ଜାରି ରହିଛି। ଗାଜାରେ ଇସ୍ରାଏଲ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୪୪ ହଜାର ପାର କରିଯାଇଛି। ଗାଜାରେ ଭୀଷଣ ଆକ୍ରମଣକୁ ଦେଖି ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ ଇସ୍ରାଏଲି ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବିରୋଧରେ ଗିରଫଦାରୀ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ଗାଜାରେ ଇସ୍ରାଏଲ ଲଗାତାର ଅପରେସନ୍ ଭିତରେ ଜାତିସଂଘର ସ୍ବତନ୍ତ୍ର କମିଟିର ନୂଆ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଗାଜାରେ ଇସ୍ରାଏଲ ଯୁଦ୍ଧ ପ୍ରଣାଳୀ ନରସଂହାର ଭଳି ରହିଛି।

ଗାଜାରେ ଇସ୍ରାଏଲର କାର୍ଯ୍ୟପ୍ରଣାଳିର ଯାଞ୍ଚ ପାଇଁ ଜାତିସଂଘର ସ୍ବତନ୍ତ୍ର କମିଟି ଏକ ନୂଆ ରିପୋର୍ଟ ଜାରି କରିଛି।ଏଥିରୁ ଏହ ଖୁଲାସା କରାଯାଇଛି ଯେ, ୧୪ ମାସର ଯୁଦ୍ଧରେ ଇସ୍ରାଏଲ ସେନା ଦ୍ବାରା ଗାଜାରେ ପାଲେଷ୍ଟାନୀୟଙ୍କ ଉପରେ ବଡ଼ ପରିମାଣରେ ଆକ୍ରମଣ ହୋଇଛି। ଯେଉଁଥିରେ ବଡ଼ ସଂଖ୍ୟାରେ ନାଗରିକଙ୍କ ମୃତ୍ୟୁ ହେଉଛି ଓ ତାଙ୍କୁ ବହୁ ବୀପରିତ ଓ ଖରାପ ସ୍ଥିତିରେ ରହିବା ପାଇଁ ବାଧ୍ୟ କରାଯାଉଛି।

କମିଟି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି, ଯୁଦ୍ଧ ଆରମ୍ଭରୁ ଇସ୍ରାଏଲୀ ଅଧିକାରୀମାନେ ଗାଜାରେ ସେହି ନୀତିର ସମର୍ଥନ କରିଛନ୍ତି, ଯାହାଫଳରେ ପାଲେଷ୍ଟାନୀୟଙ୍କୁ ଜୀବନ ପାଇଁ ଆବଶ୍ୟକୀୟ ଜିନିଷ ଭୋଜନ, ପାଣି ଓ ଇନ୍ଧନରୁ ବଞ୍ଚିତ କରି ଦିଆଯାଇଛି।’ ଏଥିରେ ଆଗକୁ କୁହାଯାଇଛି, ମାନବୀୟ ସହାୟତାର ଆଡମ୍ବର କରି ଇସ୍ରାଏଲ ଗାଜାବାସୀଙ୍କ ଉପରେ ଘୋର ଅତ୍ୟାଚାର କରୁଛନ୍ତି।’ ଏହା ପୂର୍ବରୁ ଜାତିସଂଘ ସହ ଜଡିତ କୌଣସି ଗୋଷ୍ଠୀ ଦ୍ବାରା ଗାଜା ଉପରେ ଇସ୍ରାଏଲର ଯୁଦ୍ଧ ପାଇଁ ‘ନରସଂହାର’ ଶବ୍ଦର ପ୍ରୟୋଗ କରି ନାହାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.