କଳାହାଣ୍ଡି: ଅକାଳରେ ଚାଳିଗଲା ୨ ଜୀବନ । ଦୁର୍ଘଟଣାରେ ୨ ମୃତ । ପିକଅପ ଧକ୍କାରେ ମାମୁ ଏବଂ ଭଣଜାଙ୍କ ମୃତ୍ୟୁ l କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବୁଡିପଦର ଛକରେ ଘଟିଛି ଅଘଟଣ । ଅଜଣା ପିକଅପ ଧକ୍କାରେ ମାମୁ ଭଣଜାଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଜୁନାଗଡ଼ ବ୍ଲକ ଚିକଲି ଗାଁର ମୁକେଶ ନାଗ (୧୮) ଓ ମାଟିଗାଁର ମହେନ୍ଦ୍ର ନାଏକ (୧୩) । ଓଡ଼ି୦୮ଭି ୭୧୧୨ ନଂ ନାମକ ଏକ ବାଇକରେ ସେମାନେ ଜୁନାଗଡ଼କୁ ଯାଉଥିବାବେଳେ ବୁଡିପଦର ଛକ ଠାରେ ଏକ ଅଜଣା ପିକଅପ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ, ଦୁର୍ଘଟଣା ଘଟାଇ ଥିବା ପିକଅପଟି ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡିଛି। ଖବର ପାଇ ଜୁନାଗଡ଼ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ସେପଟେ ଖବର ପାଇବା ପରେ ପରିବାରରେ ଖେଳି ଯାଇଛି ଶୋକର ଛାୟା ।
ଏହାସହ ପଢ଼ନ୍ତୁ : ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ, ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କରିବେ ଦାବି