ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

U-୧୯ ଏସିଆ କପ୍, ଭାରତକୁ ୨୮୨ ରନ୍ ଟାର୍ଗେଟ ଦେଲା ପାକିସ୍ତାନ

Published By : Ankita S | November 30, 2024 2:35 PM

ନୂଆଦିଲ୍ଲୀ,୩୦/୧୧: ୧୯ ବର୍ଷରୁ କମ୍ ପୁରୁଷ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟଜ ମ୍ୟାଚ ଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ । ୭ ୱିକେଟ ହରାଇ ପାକିସ୍ତାନ ୨୮୧ ରନ କରିଛି । ଭାରତକୁ ୨୮୨ ରନର ବିଜୟ  ଲକ୍ଷ୍ୟ ଦେଇଛି ପାକିସ୍ତାନ । ଶାହଜିବ ଖାନ୍ ଶତକ ହାସଲ କରିଛନ୍ତି । ୧୪୨ ବଲରେ ୧୫୦ ରନ କରିଛନ୍ତି । ଭାରତ ପକ୍ଷରୁ ଆୟୁଷ ମହାତ୍ରେ ଓ ସମର୍ଥ ନାଗରାଜ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । କିରନ କୋରମାଲଙ୍କୁ ଗୋଟିଏ ସଫଳତା ମିଳିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଶାହଜିବ ଖାନ୍ ଓ ଉସମାନ ପାକିସ୍ତାନକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ୧୬୦ରନ ଭାଗୀଦାରି ଗଠନ କରିଥିଲେ । ଏହି ଯୋଡିକୁ ଭାଙ୍ଗିବା ଭାରତୀୟ ବୋଲକଙ୍କ ପାଇଁ କାଠିକର ପାଠ  ହୋଇଥିଲା । ୨୫ ଓଭର ଖେଳ ସୁଦ୍ଧା ପାକିସ୍ତାନର ଗୋଟିଏ ବି ୱିକେଟ ପତନ ହୋଇନଥିଲା । ଆୟୁଷ ମହାତ୍ରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୩୧ତମ ଓଭରରେ ଉସମାନ ଖାନଙ୍କୁ ଆଉଟ କରିଥିଲେ । ୯୪ ବଲରେ ୬୦କରି ଆଉଟ  ହୋଇଥିଲେ ଉସମାନ । ଶାହଜିବ ଖାନ୍ କ୍ରିଜରେ ଫିଟ ହୋଇଯାଇଥିଲେ । ୩୩ତମ ଓଭରରେ ପାକିସ୍ତାନର ଆଉ ଏକ ୱିକେଟ ପଡିଥିଲା । ଅରଶଦ ୩ ରନ କରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୧୮୭ରେ ପାକିସ୍ତାନର ମାତ୍ର ୨ଟି  ୱିକେଟ ପତନ ହୋଇଥିଲା  ।

୪୧ତମ ଓଭରରେ ପାକିସ୍ତାନ ୨୦୦ ରନ ପାର୍ କରିଥିଲା । ଫରହାନ ୟୁସୁଫ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ୫୦ ଓଭରରେ ପାକିସ୍ତାନ ୭ଟି ୱିକେଟ ହରାଇ ୨୮୧ ରନ କରି କରିଛି । ପାକିସ୍ତାନ ପକ୍ଷରୁ ଶାହଜିବ ଖାନ୍ ଦମଦାର ଇନିଂସ ଖେଳିଛନ୍ତି । ୧୪୦ବଲରେ ୧୫୦ ରନ କରିଛନ୍ତି । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୮୨ରନ ସ୍କୋର କରିବାକୁ ହେବ । ଭାରତ ପକ୍ଷରୁ ଆୟୁଷ ମହାତ୍ରେ ଓ ସମର୍ଥ ନାଗରାଜ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.