ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ରକ୍ଷଣାବେକ୍ଷଣ ଅଭାବରୁ କେସିଙ୍ଗା ଅଣ୍ଡର ପାସ୍ ରାସ୍ତା ଶୋଚନୀୟ; ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

Published By : Prameya | May 30, 2025 10:43 AM

କେସିଙ୍ଗା,୩୦/୫: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଅଣ୍ଡର ପାସ୍ ରାସ୍ତା ଶୋଚନୀୟ । ସାମାନ୍ୟ ବର୍ଷା ହେଲେ ଜମା ହେଉଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଫଳରେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ରକ୍ଷଣାବେକ୍ଷଣାର ଅଭାବରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । 

ତେବେ କେସିଙ୍ଗା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ତତ୍କାଳୀନ ରାଜ୍ୟ ସରକାର ବିଚାର କରି ଏକ ଅଣ୍ଡର ପାସ୍ ନିର୍ମାଣ କରିବା ପାଇଁ ରେଳ ବିଭାଗକୁ ଅନୁଦାନ ଯୋଗାଇ ଦେଇଥିଲେ । ରେଳ ବିଭାଗ ପକ୍ଷରୁ ଅଣ୍ଡର ପାସ୍ ରାସ୍ତା ନିର୍ମାଣ ହେଲା । କେସିଙ୍ଗା ଅଞ୍ଚଳବାସୀଙ୍କ ପାଇଁ ଯାତାୟାତର ସୁବିଧା ମଧ୍ୟ ହେଲା । ହେଲେ ରାସ୍ତାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉନଥିବାରୁ ଅଣ୍ଡର ପାସ୍ ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି । ଅସରାଏ ବର୍ଷା ହେଲେ ଏହି ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ସ୍ଥାନୀୟ ଲୋକେ ବହୁୂ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ହେଉଛି, ମାତ୍ର ଫଳ ଶୂନ୍ୟ । 

ସେପଟେ ଅଣ୍ଡର ବ୍ରିଜ୍ ନିର୍ମାଣକୁ ଟେକ୍ନିକାଲ ଦୋଷ ଦର୍ଶାଇ ରେଳ ବିଭାଗ ୨୪ ଘଣ୍ଟା ଫାଟକ ପକାଇ ରଖିଛି । ଫଳରେ ଜାତୀୟ ରାଜପଥ- ୨୬ ଉପରେ ଚାଲୁଥିବା ଛୋଟ ବଡ଼ ଗାଡ଼ି ମୋଟର ଅଧିକାଂଶ ସମୟରେ ଅଣ୍ଡର ପାସ୍ ଦେଇ ଯିବା ଆସିବା କରୁଛନ୍ତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଚାଲୁଥିବାରୁ ରାସ୍ତାରେ କଂକ୍ରିଟ୍ ଫାଟି ଆଁ କଲାଣି । ଅନ୍ୟପଟେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଛୋଟ ଛୋଟ ଗାତକୁ ପୋତି ଦେଇ ନିଜ କର୍ତ୍ତବ୍ୟ ସାରିଦେଇଛି ରେଳ ବିଭାଗ । ଆଗକୁ ବର୍ଷା ଦିନ ଆସୁଥିବାରୁ ଶୀଘ୍ର ଅଣ୍ଡର ପାସ୍ ରାସ୍ତା ମରାମତି କରିବା ସହିତ ନିରନ୍ତର ନିରୀକ୍ଷଣ ପାଇଁ ସାଧାରଣରେ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.